ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି, ଆଗ୍ରହୀ ବ୍ୟକ୍ତିମାନେ ଏମିତି କରିପାରିବେ ଆବେଦନ

ଭୁବନେଶ୍ବର: ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି।  ଯାହା ‘ଶ୍ରୀଗଣିତ ଶାଢ଼ି’ ନାମରେ ଖୁବ୍ ପରିଚିତ । ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଛି । ତେବେ ଆସନ୍ତା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ନିଲାମ ପାଇଁ ସମୟ ଦିଆଯାଇଛି। ଯେଉଁ ବ୍ୟକ୍ତିମାନେ ଏହି ଶାଢିକୁ କିଣିବା ପାଇଁ ଚାହୁଁଚନ୍ତି, ସେମାନେ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିପାରିବେ। ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ।

‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏନେଇ ସୂଚନା ଦେଇଛନ୍ତି। ମୁମ୍ବାଇରେ ଏକ ପ୍ରଦର୍ଶନୀରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଟିମ୍‌ ସଦସ୍ୟଙ୍କ ସହ ଅମ୍ରିତା ସାବତ ଯୋଗାଯୋଗ କରି ଶ୍ରୀଗଣିତ ଶାଢ଼ି ବାବଦରେ କହିଥିଲେ। ଏହା ଶୁଣିବା ପରେ ଟିମ୍‌ ସଦସ୍ୟ ବିଦ୍ୟା ବାଲାନଙ୍କୁ ଶାଢ଼ି ବିଷୟରେ କହିଥିଲେ। ବିଦ୍ୟା ଶାଢ଼ିଟିକୁ ଦେଖି ଖୁବ୍ ଖୁସି ବ୍ୟକ୍ତ କରିଥିବା ବ‌େଳେ ଏହାକୁ ସେ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଶକୁନ୍ତଳା’ର ରିଲିଜ୍‌ ପୂର୍ବଦିନ ପିନ୍ଧିବେ ବୋଲି କହିଥିଲେ। ଯାହା ମୁତାବକ ଉକ୍ତ ଶାଢ଼ିଟିକୁ ବିଦ୍ଯାଙ୍କ ନିମିତ ଯୋଗାଇ ଦିଆଯାଇଥିଲା।

Vidya balanସୂଚନା ଥାଉକି, ଉକ୍ତ ଶାଢ଼ି ପିନ୍ଧିବା ପରେ ବିଦ୍ୟା ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏଥିସହ ଚୁକ୍ତି ମୁତାବକ ଶାଢ଼ିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ। ଶାଢ଼ିଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ। ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା। ବିଦ୍ୟା ଏହି ଶାଢ଼ିଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ି ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.