Below header

ଯାଜପୁର ବନ୍ଦାଳୋ ପଞ୍ଚାୟତ ଓଲରସାହିରେ ପାନୀୟ ଜଳ ସମସ୍ୟା, ଦୌଡ଼ି ଦୌଡ଼ି ନିରାଶ ଗ୍ରାମବାସୀ

ଯାଜପୁର: ପାନୀୟ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ବସୁଧା ଯୋଜନାରେ ପାଣି ଟାଙ୍କି ଅଛି, ହେଲେ ସେଥିରେ ପାଣି ନାହିଁ। ନଳକୂପ ଅଛି ହେଲେ ସେ ବି ଅଚଳ। ଏପଟେ ଜୀବନ ବଞ୍ଚାଇବାକୁ ଜୋର ପାଣି ହିଁ କେବଳ ଭରସା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ଦାଳୋ ପଞ୍ଚାୟତ ଓଲର ଆଦିବାସୀ ସାହିରେ। ଏନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭକରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ସେ କୌଣସି ଅଭିଯୋଗ ପାଇନଥିବା ବେଳେ ଏବେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେବୋଲି ବିଡିଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.