ହସ୍ପିଟାଲ ଉପରେ ଓଲଟା ପ୍ରଶ୍ନ ଉଠାଇଲେ କନିକା କପୁରଙ୍କ ପରିବାର, ମେଡିକାଲ ରିପୋର୍ଟକୁ ନେଇ କହିଲେ ଏମିତି

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକ ଏହି ଖବରକୁ ମିଛ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପରିବାର ତରଫରୁ ମେଡ଼ିକାଲ ରିପୋର୍ଟକୁ ମଧ୍ୟ ଭୁଲ ବୋଲି କୁହାଯାଉଛି। ତାଙ୍କ ପରିବାରର ଜଣେ ସଦସ୍ୟ ନିଜ ନାଁକୁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ରିପୋର୍ଟରେ କନିକାଙ୍କ ବୟସକୁ ୨୮ ଲେଖା ଯାଇଥିବା ବେଳେ ପ୍ରକୃତରେ ତାଙ୍କୁ ୪୧ ବର୍ଷ। ରିପୋର୍ଟରେ ତାଙ୍କୁ ପୁରୁଷ ବୋଲି ମଧ୍ୟ ଲେଖାଯାଇଛି।

Image result for kanika kapoor

କନିକାଙ୍କ ରିପୋର୍ଟରେ କଣ ଆସିଛି ତାହା ତାଙ୍କ ପରିବାର ଲୋକ ମଧ୍ୟ ଜାଣିବାକୁ ଚାହିଁଛନ୍ତି। ତାଙ୍କ ରିପୋର୍ଟ ତାଙ୍କୁ ନ ଦେଖାଇ ମିଡିଆକୁ କାହିଁକି ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପରିବାରର ଉକ୍ତ ସଦସ୍ୟ ଜଣକ କହିଛନ୍ତି ଯେ କରୋନା ଭାଇରସ ଆକ୍ରାନ୍ତ ଅନ୍ୟ ଲୋକଙ୍କ ପରିଚୟ ଲୁଚାଯାଇଛି, କିନ୍ତୁ କନିକାଙ୍କ ସହ ଏଭଳି ହୋଇନି। ତାଙ୍କ ରିପୋର୍ଟ ଏବେ ସୋସିଆଲ ମିଡ଼ିଆରେ ବୁଲୁଛି ଓ ସେମାନଙ୍କୁ ଟ୍ରୋଲ କରାଯାଉଛି। ଏଥିପାଇଁ ସରକାର ଦାୟୀ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

corona

ତାଙ୍କ ପରିବାରର କହିବାନୁଯାୟୀ ମେଡିକାଲ କର୍ତ୍ତୃପକ୍ଷ ଜାଣିଶୁଣି କନିକାଙ୍କୁ ବେଜିତ କରିବାକୁ ଏଭଳି କରିଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ କିଛିଦିନ ଦିନ ତଳେ କନିକା କପୁର ବିଦେଶରୁ ଫେରିଥିଲେ। ବିଦେଶରୁ ଫେରିବା ପରେ ନିଜ ଚିକିତ୍ସା ନ କରାଇ ବନ୍ଧୁଙ୍କ ସହ ପାର୍ଟି କରିଥିଲେ। ଏହା ପରେ ହିଁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଫଳରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.