ଫ୍ଲାଇଟରେ ଛିଙ୍କୁଥିଲେ ଯାତ୍ରୀ ତ ବିମାନ ଛାଡି ପଳାଇଲେ ପାଇଲଟ, ଭୟଭୀତ ହୋଇ ଯାତ୍ରୀମାନେ କଲେ ଏପରି ଦେଖନ୍ତୁ ଭିଡିଓ

ପୁନେ ଏୟାରପୋର୍ଟରେ ଏପରି ଘଟଣା ଘଟିଛି ଯାହା ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବିମାନଟି ଉଡିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଘଟିଥିଲା କିଛି ଏପରି ଘଟଣା ଯେଉଁଥିପାଇଁ ସମସ୍ତ ଯାତ୍ରୀ ବାହାରକୁ ଆସିଯାଇଥିଲେ । ସୂଚନା ଅନୁଯାୟୀ ବିମାନଟି ଟେକଅଫ କରିବାକୁ ଯିବା ସମୟରେ ହଠାତ ଜଣେ ଯାତ୍ରୀ ଛିଙ୍କିବା ଆରମ୍ଭ କରିଦେଇଥିଲେ, ଯାହାକୁ ଦେଖି ପାଇଲଟ ଜଣକ ବିମାନର ପଛପଟ ରାସ୍ତା ଦେଇ ବାହାରି ଯାଇଥିଲେ । ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।


ସୂଚନା ଅନୁଯାୟୀ ମାର୍ଚ୍ଚ ୨୦ ତାରିଖରେ ପୁନେ ଏୟାରପୋର୍ଟରେ ବିମାନଟି ଉଡାଣ ଭରିବାକୁ ଆରମ୍ଭ କରୁଥାଏ ହଠାତ ସେହି ସମୟରେ ଜଣେ ଯାତ୍ରୀ ଛିଙ୍କିବା ଆରମ୍ଭ କରିଦେଇଥିଲେ । ଯାହା ଦେଖି ପାଇଲଟ ପଛ ଗେଟ ଦେଇ ବିମାନରୁ ବାହାରି ଯାଇଥିଲେ ଏବଂ ତାପରେ ବାକି କୃ ମେମ୍ବରମାନେ ମଧ୍ୟ ପ୍ଲେନର ପଛପଟ ଗେଟ ଖୋଲି ଚାଲିଯାଇଥିଲେ । ତେବେ ଯାତ୍ରୀ ଜଣକ ଛିଙ୍କିବା ପରେ ସେଠାରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ତେବେ ଏହିସବୁ ଦେଖି ସମସ୍ତ ଯାତ୍ରୀଙ୍କୁ ଜଣ ଜଣ କରି ବାହାରକୁ ବାହାରି ଆସିବା ପାଇଁ କୁହାଯାଇଥିଲା ଏବଂ ଛିଙ୍କିଥିବା ବ୍ୟକ୍ତିଙ୍କ ପାଇଁ ବିମାନର ସାମ୍ନା ଗେଟ ଖୋଲାଯାଇଥିଲା ।

ତେବେ ଏହାପରେ ସମସ୍ତଙ୍କର ସ୍କ୍ରିନିଙ୍ଗ କରାଯାଇଥିଲା ଏବଂ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଏହି ଘଟଣା ପରେ ଏୟାରଏସିଆ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଫ୍ଲାଇଟରେ କରୋନା ସନ୍ଦିଗ୍ଧ କାରଣରୁ ଉକ୍ତ ଫ୍ଲାଇଟକୁ ବନ୍ଦ କରିଦିଆଯାଇଥିଲା । ତେବେ ଉକ୍ତ ଯାତ୍ରୀଙ୍କୁ ମେନଗେଟରେ ବାହାର କରଯାଇ ବାକି ସମସ୍ତ ଯାତ୍ରୀଙ୍କୁ ପଛପଟ ଗେଟରେ ବାହାରକୁ ବାହାର କରାଯାଇଥିଲା । ଉକ୍ତ ଗେଟକୁ ସୁରକ୍ଷିତ ଘୋଷଣା କରାଯିବା ପର୍ଯ୍ୟନ୍ତ ପ୍ଲେନର କ୍ରୁ ମେମ୍ବରମାନେ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଥିଲେ । ତାସହିତ ବିମାନରେ ଆଣ୍ଟି ଇନଫେକ୍ସନ ମଧ୍ୟ ସ୍ପ୍ରେ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.