Below header

ଆଜି ଲଞ୍ଚ ହେଲା Redmi Note 9S, ଗ୍ରାହକଙ୍କୁ ମିଳିବ ଦମଦାର କ୍ୟାମେରାର ସୁବିଧା

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ନିଜ ୯ ସିରିଜର Redmi Note 9S କୁ ବିଶ୍ୱ ବଜାରରେ ଲଞ୍ଚ କରିବାର ଯୋଜନା ରଖିଛି । ୟୁଜର୍ସଙ୍କୁ Redmi Note9Sରେ ଦମଦାର ବ୍ୟାଟେରୀ, ଏଚଡ଼ି ଡିଷ୍ପ୍ଲେ ଓ ପାୱାରଫୁଲ ପ୍ରୋସେସରର ସପୋର୍ଟ ମିଳିପାରିବ । ଏହା ପୂର୍ବରୁ କମ୍ପାନୀ Redmi Note9 ଓ Redmi note proକୁ ଭାରତୀୟ ବଜାରରେ ପ୍ରବେଶ କରାଇଥିଲା । ଏଗୁଡିକ ଭାରତୀୟ ବଜାରରେ ଖୁବ ଲୋକପ୍ରିୟତା ହାସଲ କରିଥିବା ଜଣାଯାଇଛି । ତେବେ ଆସନ୍ତୁ ଜାଣିବା ରେଡ଼ମୀ ନୋଟ ୯ ଏସର ଦର  ଓ ସ୍ପେସିଫିକସନ ବିଷୟରେ:

redmi note 9s

ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ଦର ମଝାମଝି ସ୍ଥିତିରେ ରଖିବ ବୋଲି ଜଣାଯାଇଛି । ଏହାର ପ୍ରକୃତ ମୂଲ୍ୟ ବିଷୟରେ ଲଞ୍ଚ ପରେ ହିଁ ଜଣାପଡିଛି ।
ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହି ଫୋନରେ ୬.୭ ଇଞ୍ଚ ଆଇପିଏସ ଏଲ୍ସିଡ଼ି ଡିଷ୍ପ୍ଲେର ସୁବିଧା ଦେଇଛି । ଏସବୁ ବାଦ କମ୍ପାନୀ ଏଥିରେ ୪ ଜିବି ରାମ + ୬୪ ଜିବି ଷ୍ଟୋରେଜ ସହ କୁଆଲକମ ସ୍ନାପଡ୍ରାଗନ ୭୨୦ ଜିର ସପୋର୍ଟ ବି ମିଳିପାରିବ । ଏହି ସ୍ପେଶାଲ ଫୋନଟି ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମରେ ହିଁ କାମ କରିବ ।

Image result for redmi note 9s

ୟୁଜର୍ସଙ୍କୁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପର ସୁବିଧା ବି ମିଳିପାରିବ । ଏସବୁ ବାଦ କମ୍ପାନୀ ଏଥିରେ ୪ ଜି ଏଲଟିଇ , ୱାଇ ଫାଇ, ଜିପିଏସ, ବଳୁଟୁଥ ପରି ସୁବିଧା ମାନ ବି ଦେଉଛି । ସୂଚନା ଦେବା ଯୋଗ୍ୟକି, କିଛି ଦିନ ପୂର୍ବରୁ ହିଁ କମ୍ପାନୀ ଭାରତୀୟ ବଜାରରେ ଲଞ୍ଚ କରିଥିବା ବେଳେ ୬.୬୭ ଇଞ୍ଚର ଫୁଲ ଏଚଡ଼ି ସୁବିଧା ବି ଦେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.