ସବୁ ଘରେ ଥିବାବେଳେ ପୋଲିସକର୍ମୀ କରୁଛନ୍ତି ଡ୍ୟୁଟି, ଆଉ ଏଥିପାଇଁ ମହିଳା ନିଜ ହାତରେ ତିଆରି କରି ଆଣିଛନ୍ତି ଟିଫିନ୍‌, ତାପରେ କଣହେଲା ଦେଖନ୍ତୁ

ଭାରତରେ କରୋନା ଭାଇରସର ସଂକ୍ରମଣ ଦ୍ୱାରା ରବିବାର ତିନି ଜଣଙ୍କର ମୃତ୍ୟୁ ହୋଇଛି, ଫଳରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପୂରା ମହାନଗରରେ ୨୩ ମାର୍ଚ୍ଚରୁ ନେଇ ୩୧ ମାର୍ଚ୍ଚ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ ଲଗାଇବାକୁ ଘୋଷଣା କରାଯାଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ୩୧ ମାର୍ଚ୍ଚ ପଯ୍ୟର୍ନ୍ତ ଲକଡାଉନ କରିଦିଆଯାଇଛି। ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ଏବଂ ଅନୁରୋଧରେ ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ପୂରା ସର୍ମଥନ ମିଳିଛି। ସେହିପରି ଦେଶର କୋଣ ଅନୁକୋଣରେ ତାଳି ଏବଂ ତାଳି ମାରି ଦେଶ ସେବାରେ ଲାଗିଥିବା ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହିସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ କିଛି ମହିଳା ଡ୍ୟୁଟି କରିଥିବା ପୋଲିକର୍ମୀଙ୍କ ପାଇଁ ଟିଫିନ୍‌ ଏବଂ ଖାଦ୍ୟ ସାମଗ୍ରୀ ନେଇ ଆସିଛନ୍ତି।


ଜନତା କର୍ଫ୍ୟୁ ତଥା ଲକ୍‌ ଡାଉନରେ ବି ପୋଲିସ୍‌ ସେମାନଙ୍କ ଡ୍ୟୁଟି କରୁଛନ୍ତି। ସେମାନେ ଦିନ ସାରା ନିଜ ଘର ଏବଂ ପରିବାର ଛାଡି ବାହାରେ ବୁଲୁଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ବାରଣ କରୁଛନ୍ତି। ଏଥିପାଇଁ କଲୋନୀର ମହିଳା ତାଙ୍କ ପପାଇଁ ଟିଫିନ ବନାଇ ଆଣିଛନ୍ତି। ସେମାନେ ପୋଲିସକର୍ମୀଙ୍କ ପାଇଁ ଚା, ବିଷ୍କୁଟ ଏବଂ ଟିଫିନରେ ପୋହା ନେଇଆସିଥିଲେ। ପୋଲିସକର୍ମୀ ସେହି ସମୟରେ ମଧ୍ୟ ମହିଳାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଦଉଥିଲେ।

ଏହି ଭିଡିଓ ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସୁଥିବାବେଳେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ଭିଡିଓକୁ ୪ ହଜାରରୁ ଅଧିକ ଲାଇକ ଏବଂ ୮୦୦ରୁ ଅଧିକ ରି-ଟ୍ଵିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.