ସୟାର ବଜାର ଉପରେ କରୋନା ମାଡ଼, ୧୫ ମିନିଟରେ ନିବେଶକ ହରାଇଲେ ୮ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ସୟାର ବଜାର ଉପରେ କରୋନା ମାଡ଼ । ୧୫ ମିନିଟରେ ନିବେଶକ ହରାଇଲେ ୮ ଲକ୍ଷ କୋଟି ଟଙ୍କା । ସେନସେକ୍ସରେ ବଡ଼ ହ୍ରାସ, ଖସିଲା ୨୩୦୦ ପଏଣ୍ଟ । ସେୟାର ବଜାର ଉପରେ କରୋନା ମାଡ଼ର ପ୍ରଭାବ ଜାରି ରହିଛି । କାରବାରର ପ୍ରତମ ଦିନରେ ସେନସେକ୍ସରେ ବଡ଼ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୨୩୦୦ ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ଖୋଲିଥିଲା । କାରବାରର ପ୍ରଥମ ୧୫ ମିନିଟରେ ନିବେଶକ ୮ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସେହିଭଳି ନିଫଟି ୮୦୦ ପଏଣ୍ଟ କମି ୭ ହଜାର ୯୪୫ ପଏଣ୍ଟରେ ଖୋଲିଥିଲା । ଚଳିତ ସପ୍ତାହ ସେୟାର ବଜାର ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନେକ ସହର ଲକ୍‌ ଡାଉନ୍‌ ସ୍ଥିତିରେ । ଅନେକ ନିବେଶକ ଘରେ ରହି କାରବାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.