କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବାକୁ ରାସ୍ତାରେ ଛଡ଼ାଯାଇଛି ସିଂହ! ଜାଣନ୍ତୁ ସତ କଣ

କରୋନା ଭାଇରସ ଯୋଗୁ ସାରା ଦୁନିଆର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଏହି ମାରାତ୍ମକ ଭାଇରସ କାରଣରୁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। କେତେକ ଦେଶର ସହରରେ ଲକଡାଉନ କରିଦିଆଯାଇଛି। ଇତି ମଧ୍ୟରେ ସୋସିଆଲ ମିଡିଆରେ ରୁଷର ଏକ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଲୋକଙ୍କୁ କରୋନା ଭାଇରସ ଯୋଗୁ ଘରେ ରହିବାକୁ ଅପିଲ କରିଥିଲେ। କିନ୍ତୁ ସେମାନେ ନ ମାନିବାରୁ ରାସ୍ତାରେ ୮୦୦ ଟି ସିଂହ ଓ ବାଘ ଛାଡ଼ିଦେଇଛନ୍ତି।

ପୁଟିନଙ୍କ ଏହି ମେସେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ଏହାକୁ ପ୍ରବଳ ସେୟାର ମଧ୍ୟ କରୁଛନ୍ତି। ଜଣେ ୟୁଜରଙ୍କ କହିବାନୁଯାୟୀ ପୁଟିନ ଲୋକଙ୍କୁ ଦୁଇ ସପ୍ତାହ ଯାଏଁ ଘରେ ରହିବାକୁ କହିଥିଲେ ନଚେତ ୫ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବ। ତଥାପି ଲୋକମାନେ ନ ମାନିବାରୁ ସରକାର ବାଧ୍ୟ ହୋଇ ରାସ୍ତାରେ ୫୦୦ଟି ସିଂହ ଓ ବାଘ ଛାଡ଼ିଛନ୍ତି।

ତେବେ ଏହି ଫଟୋକୁ ନେଇ ଯାଞ୍ଚ କରିବାକୁ ଜଣାପଡିଛି ଯେ ଫଟୋଟି ବର୍ତ୍ତମାନର ନୁହେଁ, ଏହା ୪ ବର୍ଷ ତଳର। ଫଟୋଟି ୨୦୧୬ ମସିହାରେ ଏକ ଖବରକାଗଜରେ ଛପା ହୋଇଥିଲା।

ସୂଚନାଯୋଗ୍ୟ ଯେ ରୁଷରେ କରୋନା ଭାଇରସର ୩୦୦ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.