କରୋନାକୁ ମୁକାବିଲା ପାଇଁ ସମର୍ଥ ନୁହେଁ ପାକିସ୍ତାନ, ଧାରଣା ଦେବେ ବୋଲି ଧମକ ଦେଲେଣି ଡାକ୍ତର

ବର୍ତ୍ତମାନର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କରୋନା ଭାଇରସକୁ ନେଇ ଚିନ୍ତାରେ ନାହିଁ । ଏହି ଭାଇରସର ପ୍ରଭାବ ଏତେ ମାତ୍ରାରେ ବଢିଯାଇଛି ଯେ ପ୍ରତ୍ୟେକ ଦିନ ଏଥିରେ ସହ ସହ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହି ଭାଇରସ କେବଳ ମଣିଷ ଜୀବନ ନୁହେଁ ବରଂ ସାରା ଦୁନିଆରେ ଏହାର ପ୍ରକୋପ ଦିନକି ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ ନିକଟରେ ପାକିସ୍ତାନରେ ମଧ୍ୟ ଏହାର ପ୍ରକୋପ ବଢିଚାଲିଛି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭୩୦ରେ ପହଁଚିଯାଇଛି ।

ତେବେ ଦେଶରେ ବଢୁଥିବା କରୋନା ରୋଗୀଙ୍କୁ ଦେଖି ଚିନ୍ତାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବର୍ତ୍ତମାନ ସେ ଦେଶକୁ ଲକଡାଉନ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଏହା ମଧ୍ୟରେ ଖବର ମିଳିଛି ଯେ ଏଠାରେ କରୋନାକୁ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ଉପକରଣର ଅଭାବ ରହିଛି । ଯେଉଁ କାରଣରୁ ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି ।

ଖବର ମୁତାବକ ସେଠାକାର ଡାକ୍ତରମାନେ ଏବେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯେ ଯଦି ଆବଶ୍ୟକୀୟ ଉପକରଣ ମାନ ଯୋଗାଇ ନଦିଆଯାଏ ତାହେଲେ ସେମାନେ ନିଜ କାମ ବନ୍ଦ କରି ଧାରଣାକୁ ଓହ୍ଲାଇବେ । ଯାହାକୁ ଶୁଣି ଏବେ ପାକିସ୍ତାନ ସରକାର ମୁଣ୍ଡରେ ଗଭୀର ଚିନ୍ତା ପଶିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.