କାଲିଠୁ ପାଗ ବଦଳିବା ସହ ବଢ଼ିବ ଶୀତ, ଛାଡିବ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): କାଲିଠୁ ବଦଳିବ ପାଗ । ବଢ଼ିବ ଶୀତ । କାଲିଠୁ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ସହ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ କାଲି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ରାଜ୍ୟରେ ୧୬ରୁ ୧୮ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଭିଜୁଛି ଧାନ । ବର୍ଷା ଲାଗି ରହିଥିବାରୁ କ୍ଷେତରେ ପନିପରିବା ଓ ଡାଲି ଜାତୀୟ ଫସଲ କ୍ଷୟକ୍ଷତି ହୋଇଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.