Below header

ଆହୁରି ୨୪ଘଣ୍ଟା ବର୍ଷିବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସମ୍ଭାବନା

ଭୁବନେଶ୍ବର (କେନ୍ଯୁଜ୍) : ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୮୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପରାଦୀପରେ ୪୭ମିଲିମିଟର, ବାଲେଶ୍ୱରରେ ୨୮, ପୁରୀ ଓ ବାରିପଦାରେ ୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ।

ସେହିପରି ଲଗାଣ ବର୍ଷାରେ କଟକ ଜଳାର୍ଣ୍ଣବ। ତୁହାକୁ ତୁହା ଲାଗି ରହିବା ଫଳରେ ସହରର ବାଦାମବାଡ଼ି ମୁଖ୍ୟ ରାସ୍ତା, ରାଉସା ପାଟଣା, ପଟ୍ଟାପୋଳ, ପ୍ରେସ ଛକର ତଳିଆ ଅଞ୍ଚଳରେ ଜମି ରହିଛି ପାଣି। ନାଳ ପାଣି ରାସ୍ତାରେ ଦୀର୍ଘ ସମୟ ଧରି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଆଗକୁ ପାର୍ବଣ ଆସୁଥିବା ବେଳେ କଟକର ଏଭଳି ଅବସ୍ଥା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.