କୋଣାର୍କରେ ଟୁରିଜିମ୍ ହବ୍ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ (କେନ୍ୟୁଜ୍) : କୋଣାର୍କରେ ଟୁରିଜିମ୍ ହବ୍ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟଟନ ସଚିବ ବିଶାଲ ଦେବ ଓ ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ବିଭିନ୍ନ ସ୍ଥାନରେ ଜମି ଚିହ୍ନଟ କରିଛନ୍ତି । ସେମାନେ ପ୍ରଥମେ ହେଲିପ୍ୟାଡ୍, ଚନ୍ଦ୍ରଭାଗା ଓ କୁଶଭଦ୍ରା ନଦୀ ମୁହାଣ ଦେଖିଥିଲେ । ଟୁରିଜିମ୍ ହବ୍ ପାଇଁ ୫୦ ଏକର ଜମି ଆବଶ୍ୟକ ରହିଛି । ସେଠାରେ ୫୦ଟି ଟେଷ୍ଟ ନିର୍ମାଣ କରି ପର୍ଯ୍ୟଟକମାନେ ଦୁଇ ତିନି ଦିନ ଜଳକ୍ରୀଡ଼ା, ଖାଦ୍ୟ, ଦୁଃସାହସିକ କ୍ରୀଡ଼ା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ । ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ଏହି ଯୋଜନା । ଏଥିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତିଙ୍କ ସମେତ କୋଣାର୍କ ପର୍ଯ୍ୟଟନ ଅଧିକାରୀ ବି ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.