ଆଗାମୀ ଦୁଇଦିନ ଯାଏ ତାତିରୁ ତ୍ରାହି ନାହିଁ, ୨୬ରେ ହୋଇ ପାରେ ବର୍ଷା : ପାଣିପାଗ ବିଭାଗ

ଓଡ଼ିଶାର ୧୩ଟି ସହରର ତାପମାତ୍ରା ଏବେ ୪୧ଡିଗ୍ରୀ ଉପରେ। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଆଗରେ ରହିଛି। ତା ପଛକୁ ରହିଛି ଭବାନୀପାଟଣା ଭବାନୀପାଟଣାରେ ୪୪.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେରର ୪୩.୮ ଡିଗ୍ରୀ , ବଲାଙ୍ଗିରର ୪୩.୫ ଡିଗ୍ରୀ, ମାଲକାନଗିରିର ୪୩.୦ ଡିଗ୍ରୀ, ସମ୍ବଲପୁରର ୪୨.୬ ଡିଗ୍ରୀ, ବୌଦ୍ଧର ୪୨.୫ ଡିଗ୍ରୀ, ହୀରାକୁଦର ୪୨.୨ ଡିଗ୍ରୀ, ସୋନପୁରର ୪୨.୨ ଡିଗ୍ରୀ, ଝାରସୁଗୁଡ଼ାର ୪୨.୨ଡିଗ୍ରୀ, ପାରଳାଖେମୁଣ୍ଡିର ୪୨.୦ ଡିଗ୍ରୀ ଓ ଫୁଲବାଣୀର ୪୧.୪ ଡିଗ୍ରୀ ତାପମାତ୍ରା ରହିଛି।

Summer weather arriving early for Northern Rivers | Northern Star

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶାର ଜିଲ୍ଲାଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଯାଏଁ ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ-ୱେଭ ସହ ୟେଲୋ-ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

1

2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.