ଚାଣକ୍ୟ ନୀତି: ଏଭଳି ବ୍ୟକ୍ତି ଜୀବନରେ ସବୁବେଳେ ଦୁଃଖ ପାଇଥାନ୍ତି

ଲୋକମାନେ ନିଜ ସହ ସବୁବେଳେ ଭଲ ବନ୍ଧୁଙ୍କୁ ରଖିବାକୁ ଚାଣକ୍ୟ ନୀତିରେ କୁହାଯାଇଛି। ଭଲ ବନ୍ଧୁ ସବୁବେଳେ ଠିକ୍‌ ପରାମର୍ଶ ଦେଇଥାନ୍ତି। କିନ୍ତୁ ଯଦି ଆଖପାଖରେ ଭୁଲ ଲୋକ ଥାଆନ୍ତି ତେବେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱ ଉପୁଜେ। ଫଳରେ ଦିନେ ନା ଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଥାଏ। ଏଣୁ ସବୁବେଳେ ଭଲ ସାଙ୍ଗସାଥୀ ଚୟନ କରିବା ଉଚିତ। ଜୀବନରେ କେମିତିକା ବନ୍ଧୁ କରିବା ଉଚିତ ସେନେଇ ମଧ୍ୟ ଚାଣକ୍ୟ ନୀତିରେ କୁହାଯାଇଛି। ଚାଣକ୍ୟଙ୍କ ଅନୁସାରେ ବନ୍ଧୁତା କରିବା ପୂର୍ବରୁ ଏସବୁ ବିଷୟ ପ୍ରତି ଗୁରୁତ୍ୱ ଦେବା ଉଚିତ…

ଆଲୋଚନା କରିବା ଜରୁରୀ:

ଯେଉଁ ବ୍ୟକ୍ତି ଆଲୋଚନା କରିବା ପାଇଁ ଭୟ କରେ ସେ କେବେ ବି ସଫଳ ହୋଇପାରିନଥାଏ। ଆଲୋଚନା ବ୍ୟକ୍ତିଙ୍କୁ ସୁଧୁରିବା ଓ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥାଏ। ଏଣୁ କୌଣସି ବିଷୟକୁ ନେଇ ମନରେ ସନ୍ଦେହ ଥିଲେ ବନ୍ଧୁୁଙ୍କ ସହ ଆଲୋଚନା କରନ୍ତୁ।

Chanakya Niti: Circumstances make humans hollow inside

ନିଜ କାମ ନିଜେ କରିବା ଉଚିତ:

ସମସ୍ତେ ନିଜ କାମ ନିଜେ କରିବା ଉଚିତ। ଯିଏ ଛୋଟଛୋଟ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିଥାଏ ସେ କେବେ ବି ଜୀବନରେ ସଫଳ ହୋଇପାରେ ନାହିଁ। ଯେଉଁମାନେ ତାଙ୍କ କାମ କରନ୍ତି ସେମାନେ ମଧ୍ୟ ଦିନେ ନା ଦିନେ ଅସୁବିଧାରେ ପଡ଼ିଥାନ୍ତି। ଏଣୁ ଏଭଳି ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଉଚିତ।

चाणक्य नीति: ऐसी परिस्थिति में कर ...

ଲୋଭ କରନ୍ତୁ ନାହିଁ:

ଲୋଭ ହିଁ ସବୁ ସମସ୍ୟାର କାରଣ। ଏଣୁ ଏହାଠାରୁ ଦୂରରେ ରହିବା ଉଚିତ। ଲୋଭର ବଶବର୍ତ୍ତି ହୋଇ ବ୍ୟକ୍ତି ବେଳେବେଳେ ନ କରିବା କାମ ବି କରିଥାଏ, ଯାହା ଦ୍ୱାରା ଜୀବନରେ ନାନା ସଙ୍କଟ ଦେଖାଦିଏ। ଏଣୁ କାମ କରିବା ପୂର୍ବରୁ ତାହାର ପରିଣାମ ସମ୍ପର୍କରେ ଥରେ ଚିନ୍ତା କରିବା ବୁଦ୍ଧିମାନର କାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.