Below header

ବର୍ଷାରେ ଧୋଇବ ହୋଲିର ରଙ୍ଗ, ୪୮ ଘଣ୍ଟା ଯାଏ ରାଜ୍ୟରେ କାଳବୈଶାଖୀ ସତର୍କତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ତ୍ତମାନର ପାଣିପାଗ ସମସ୍ତଙ୍କୁ ଅଡୁଆରେ ପକାଉଛି । କେତେବେଳେ ଖୁବ୍‌ ଗରମ ତ ପୁଣି କେତେ ବେଳେ ଝଡ଼ ବର୍ଷା ଓ ଥଣ୍ଡା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମଭାଗରୁ ଆସୁଥିବା ବାୟୁର ପ୍ରଭାବରେ ଦେଶର ଉତ୍ତର ଭାଗ ଓ ପୂର୍ବ ଭାଗରେ ବରଫପାତରୁ ଆରମ୍ଭ କରି ଝଡ଼ବର୍ଷାର ସମ୍ଭାବନା ରହିଛି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶରେ ବର୍ଷା ସହ ପରଫପାତ ହେବ । ସେହିପରି ହରିଆଣା ଓ ପଞ୍ଜାବ ଆଦି ରାଜ୍ୟରେ ଜୋରରେ ପବନ ବହିବା ସହ ଘଡ଼ଘଡ଼ି ମାରିବ । କୁଆପଥର ବର୍ଷାର ମଧ୍ୟ ଆଶଙ୍କା ରହିଛି । ସେହିପରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଆଜି ଠାରୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଆଜି ୭ଟି ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଆଶଙ୍କା କିଛି ଜିଲ୍ଲାରେ ସତ ହୋଇଛି । ବର୍ଷ ଓ ପବନ ସହ ବଜ୍ରପାତରେ ଧନଜୀବନ ହାନି ଘଟିଛି ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ରହିବ । ଗୁଳୁଗୁଳି ସହ କାଳବୈଶାଖୀ ଏବଂ କୁଆପଥର ବର୍ଷାର ସମ୍ଭାବନା ରହିଛି । ଏମିତିକି ହୋଲି ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.