ସମଝୌତା ଏକ୍ସପ୍ରେସ ଟ୍ରେନ ବିସ୍ଫୋରଣ ମାମଲା, ୪ଜଣଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟ

ସମଝୌତା ଏକ୍ସପ୍ରେସ ଟ୍ରେନ ବିସ୍ଫୋରଣ ମାମଲାର ୪ ଅଭିଯୁକ୍ତ ଖଲାସ। ହରିଆଣା ପଞ୍ଚକୁଲାର ସ୍ୱତନ୍ତ୍ର ଏନଆଇଏ କୋର୍ଟ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦଙ୍କ ସହ ଲୋକେଶ ଶର୍ମା, କମଲ ଚୌହାନ ଓ ରାଜିନ୍ଦର ଚୌଧୁରୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହା ସହ ପାକିସ୍ତାନ ମହିଳା ରାହିଲା ବକିଲ ସାକ୍ଷୀ ଦେବା ପାଇଁ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ମାର୍ଚ୍ଚ ୧୮ ତାରିଖରେ ହୋଇଥିବା ଶୁଣାଣିରେ ଦୁଇପକ୍ଷର ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ବିସ୍ପୋରଣରେ ନିଜ ବାପାଙ୍କୁ ହରାଇଥିବା ପାକିସ୍ତାନୀ ମହିଳା ସାକ୍ଷୀ ହେବାକୁ କରିଥିବା ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଥିଲେ କୋର୍ଟ। ମାର୍ଚ୍ଚ ୧୧ତାରିଖରେ ପ୍ରତିପକ୍ଷ ଓକିଲ ବିସ୍ଫୋରଣର ଜଣେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ଦେବା ନେଇ କୋର୍ଟରେ ଆବେଦନ କରିଥିଲେ ।

samjhauta-express-train-blastତେବେ ସେ ଆଜି କୋର୍ଟରେ ପହଞ୍ଚିନଥିଲେ । ୨୦୦୭ ଫେବ୍ରୁଆରି ୧୮ ତାରିଖରେ ଦିଲ୍ଲୀରୁ ଲାହୋର ଯାଉଥିବା ବେଳେ ପାନିପଥ ଠାରେ ସମଝୌତା ଏକ୍ସପ୍ରେସ ଟ୍ରେନ ବିସ୍ଫୋରଣରେ ୬୮ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହାର ଦେଢ ବର୍ଷ ପରେ ମାମଲାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏକୁ ହସ୍ତାନ୍ତର ହୋଇଥିଲା। ହାଇଦ୍ରାବାଦ, ଆଜମେର ଓ ସମଝୌତା ଏକ୍ପପ୍ରେସ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ୨୦୧୦ ନଭେମ୍ବର ୧୯ ତାରିଖରେ ସ୍ୱାମୀ ଅସୀମାନନ୍ଦଙ୍କୁ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.