ଜାଣନ୍ତୁ ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି କେତେ ସମ୍ପତ୍ତି ଏବଂ ତାହାର ମୂଲ୍ୟ

ନବୀନଙ୍କ ପାଖରେ ରହିଛି ଆମ୍ବାସଡ଼ର ଗାଡ଼ି। ହାତରେ ନଗଦ ୨୫ ହଜାର ଟଙ୍କା। ଆଜି ନବୀନ ପଟ୍ଟନାୟକ ହିଞ୍ଜିଳି ପାଇଁ ନାମାନଙ୍କନ ଦାଖଲ ବେଳେ ଏହି ସତ୍ୟପାଠ ଦାଖଲ କରିଛନ୍ତି । ଅସ୍ଥାବର ସମ୍ପତ୍ତି ରହିଛି ୨୩ ଲକ୍ଷ ୨୬ ହଜାର ୫୫୪ କୋଟି ଟଙ୍କା। ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କା। ସ୍ଥାବର ଓ ଅସ୍ଥାବର ମୋଟ ମୂଲ୍ୟ ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୫ ଟଙ୍କା। ବଂଶାନୁକ୍ରମିକ ଭାବେ ନବୀନଙ୍କୁ ମିଳିଛି ସ୍ଥାବର ସମ୍ପତ୍ତି। ୨୦୧୧ ତୁଳନାରେ ନବୀନଙ୍କ ସ୍ଥାବର ସମ୍ପତ୍ତି ଯାହା ଥିଲା ୨୦୧୯ ବେଳକୁ ହ୍ରାସ ପାଇଛି। କିନ୍ତୁ ବଜାର ଦର ବଢିଥିବାରୁ ସମ୍ପତ୍ତି ମୂଲ୍ୟ ବଢିଛି। ୨୦୧୧ରେ ନବୀନ ନିବାସର ମୂଲ୍ୟ ୨ କୋଟି ୮୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ୨୦୧୯ରେ ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ଟଙ୍କା ହୋଇଛି।

ସେହିପରି ଦିଲ୍ଲୀ ୩-ଏପିଜେ ଅବଦୁଲ କଲାମ ରୋଡରେ ନବୀନଙ୍କ ଏକ ପୈତୃକ ସମ୍ପତ୍ତି ରହିଛି। ଯାହାର ୫୦ ପ୍ରତିଶତ ଅଂଶୀଦାର ରହିଛଥନ୍ତି ନବୀନ। ୨୦୧୧ ବେଳେ ସେହି ସମ୍ପତ୍ତିର ମୂଲ୍ୟ ଥିଲା ୫ କୋଟି ୧୪ ଲକ୍ଷ ଟଙ୍କା। ତାହାର ମୂଲ୍ୟ ୨୦୧୯ବେଳକୁ ୪୩ କୋଟି ୩୬ ଲକ୍ଷ ଟଙ୍କା ହୋଇଛି। ନବୀନଙ୍କ ନାଁରେ ଫରିଦାବାଦରେ ୨୨.୦୭ ଏକର ଜମି ରହିଛି। ୨୦୧୧ ବେଳକୁ ଏହାର ମୂଲ୍ୟ ଥିଲା ୩ କୋଟି ୪୩ ଲକ୍ଷ ଟଙ୍କା। ୨୦୧୯ ବେଳକୁ ଏହା ୧୦ କୋଟି ୭୫ ଲକ୍ଷ ଟଙ୍କା ହୋଇଛି। ୨୦୧୧ରେ ନବୀନଙ୍କ ପାଖରେ ଥିଲା କଟକର ଆନନ୍ଦ ଭବନ। କିନ୍ତୁ ଇତି ମଧ୍ୟରେ ତାହାକୁ ସେ ସରକାରଙ୍କୁ ହସ୍ତାନ୍ତର କରି ଦେଇଛନ୍ତି। ଫଳରେ ତାଙ୍କର ସମ୍ପତ୍ତି ପରିମାଣ ହ୍ରାସ ହୋଇଛି। କିନ୍ତୁ ମାର୍କେଟ୍ ପ୍ରାଇସ ବଢିଛି।

Naveen-Patnaik1୨୦୧୧ରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ କୋଟି ୮୮ ଲକ୍ଷ ଟଙ୍କା ଥିଲା। କିନ୍ତୁ ୨୦୧୯ ବେଳେ ସେହି ସମାନ ସମ୍ପତ୍ତିର ମୂଲ୍ୟ ୬୩ କୋଟି ୬୪ ଲକ୍ଷ ଟଙ୍କା ହୋଇଛି। ନବୀନଙ୍କ ଅସ୍ଥାବର ସମ୍ପତ୍ତିରେ କେବଳ ପ୍ରାୟ ୫ ଲକ୍ଷ ଟଙ୍କା ବଢିଛି। ୨୦୧୯ରେ ମୋଟ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୩ ଲକ୍ଷ ୨୬ ହଜାର ଟଙ୍କା। ୨୦୧୪ ନିର୍ବାଚନ ସମୟରେ ଏହାର ମୂଲ୍ୟ ଥିଲା ୧୭ ଲକ୍ଷ ୭୫ ହଜାର ଟଙ୍କା। ଆଜି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି, ନବୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ଗୋଟିଏ ଦିଲ୍ଲୀ ଜନପଥରେ ବ୍ୟାଙ୍କ ଅଫ ଇଣ୍ଡିଆରେ ୬ ଲକ୍ଷ ୫୦ ହଜାର ୬୪୮ ଟଙ୍କା ଓ ଅନ୍ୟଟି ଦିଲ୍ଲୀ ପାର୍ଲାମେଣ୍ଟ ହାଉସ ଏସ୍ବିଆଇରେ ୧୭୩୦ ଟଙ୍କା ରହିଛି। ସୁନା ଅଳଙ୍କାର ରହିଛି ୨ ଲକ୍ଷ ୧୨ ହଜାର ଟଙ୍କା। ଏହାସହ ନବୀନଙ୍କ ନାଁରେ କୌଣସି ଅପରାଧିକ ଫୌଜଦାରୀ ମାମଲା ନାହିଁ। ୨୦୧୧ ସହ ୨୦୧୯ ସତ୍ୟାପଠକୁ ତୁଳନା କଲେ ଜଣା ପଡୁଛି, ଗତ ୫ ବର୍ଷରେ ନବୀନଙ୍କ ସ୍ଥାବର ସମ୍ପତ୍ତି କମିଛି। କେବଳ ମୂଲ୍ୟ ବୃଦ୍ଧି ହୋଇଛି।

ନବୀନଙ୍କ ପାଖରେ

ଆମ୍ବାସଡ଼ର ଗାଡ଼ି

ହାତରେ ନଗଦ ୨୫ ହଜାର ଟଙ୍କା

ନବୀନଙ୍କ ସତ୍ୟପାଠ

ଅସ୍ଥାବର ସମ୍ପତ୍ତି ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କା

ସ୍ଥାବର ୬୩ କୋଟି ୬୪ ଲକ୍ଷ ୧୫ ହଜାର ଟଙ୍କା

ମୋଟ ୬୩ କୋଟି ୮୭ ଲକ୍ଷ ୪୧ ହଜାର ଟଙ୍କା

ନବୀନଙ୍କ ଅସ୍ଥାବର ସମ୍ପତ୍ତି

୨୦୧୧ ତୁଳନାରେ ହ୍ରାସ

ବଜାର ଦର ବଢିଥିବାରୁ ମୂଲ୍ୟ ବୃଦ୍ଧି

naveenନବୀନ ନିବାସ

୨୦୧୧- ୨ କୋଟି ୮୦ ଲକ୍ଷ ଟଙ୍କା

୨୦୧୯- ୯ କୋଟି ୫୨ ଲକ୍ଷ ଟଙ୍କା

ଦିଲ୍ଲୀ ଘର

୨୦୧୧- ୫ କୋଟି ୧୪ ଲକ୍ଷ ଟଙ୍କା

୨୦୧୯- ୪୩ କୋଟି ୩୬ ଲକ୍ଷ ଟଙ୍କା

ନବୀନଙ୍କ ଜମି

ଫରିଦାବାଦରେ ୨୨.୦୭ ଏକର ଜମି

୨୦୧୧- ୩ କୋଟି ୪୩ ଲକ୍ଷ ଟଙ୍କା

୨୦୧୯- ୧୦ କୋଟି ୭୫ ଲକ୍ଷ ଟଙ୍କା

ନବୀନଙ୍କ ଅସ୍ଥାବର ସମ୍ପତ୍ତି ହ୍ରାସ

ସ୍ଥାବର ସମ୍ପତ୍ତି

ପ୍ରାୟ ୫ ଲକ୍ଷ ଟଙ୍କା ବଢିଛି

୨୦୧୯- ୨୩ ଲକ୍ଷ ୨୬ ହଜାର ଟଙ୍କା

୨୦୧୪- ୧୭ ଲକ୍ଷ ୭୫ ହଜାର ଟଙ୍କା

ନବୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ

ଦିଲ୍ଲୀ- ଜନପଥ-ବ୍ୟାଙ୍କ ଅଫ ଇଣ୍ଡିଆ- ୬ ଲକ୍ଷ ୫୦ ହଜାର ୬୪୮ ଟଙ୍କା

ଦିଲ୍ଲୀ- ପାର୍ଲାମେଣ୍ଟ ହାଉସ- ଏସବିଆଇ- ୧୭୩୦ ଟଙ୍କା

ସୁନା ଅଳଙ୍କାର

୨ ଲକ୍ଷ ୧୨ ହଜାର ଟଙ୍କା

ନବୀନଙ୍କ ନାଁରେ କୌଣସି ଅପରାଧିକ ଫୌଜଦାରୀ ମାମଲା ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.