ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆହୁରି ୨୪ ଘଣ୍ଟାଯାଏ ବର୍ଷା ସମ୍ଭାବନା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀୟ ଭୁବନେଶ୍ୱର ସମେତ, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ ଆଦି ଉପକୂଳ ଜିଲ୍ଲାରେ ବର୍ଷା ରେକର୍ଡ଼ କରାଯାଇଛି । ଆସନ୍ତା ୩୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଏହି ସମୟରେ ବଜ୍ରପାତର ଭୟ ମଧ୍ୟ ରହିଛି । ତେବେ ଏହି ସମୟ ମଧ୍ୟରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.