ପାଗରେ ପରିବର୍ତ୍ତନ: ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା

ଉପକୂଳ ଓଡ଼ିଶାରେ ବଦଳିଲା ପାଣିପାଗ । ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି ।

ଭୁବନେଶ୍ୱର (କେନ୍ୟୁଜ): ପାଗରେ ପରିବର୍ତ୍ତନ । ଉପକୂଳ ଓଡ଼ିଶାରେ ବଦଳିଲା ପାଣିପାଗ । ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି । ଆଜି ୮ ଜିଲ୍ଲା ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ପାଇଁ ୟେଲେ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଆଉ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ଆସନ୍ତାକାଲି ୯ ଜିଲ୍ଲାରେ ପ୍ରବଳ ବର୍ଷିବ । ୧୪ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଗତ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବ଼ଢ଼ାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ହୋଇଛି ୨୭ ପ୍ରତିଶତ କମ୍‌ ବର୍ଷା । ଜୁନ୍‌ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ୨୨୨.୭ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ରହିଛି ୩୦୪.୨ ମିଲିମିଟର । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସବୁଠୁ କମ୍‌ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.