୨୬ରୁ ବଢ଼ିବ ଝଡ଼ବର୍ଷା ପ୍ରକୋପ, ୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା !

ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ରେ ଉତ୍ତର ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା, ଓ ଦକ୍ଷିଣ ଓଡି଼ଶାର ବହୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବ ସୂଚନା ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ବର୍ଷା ଆଣୁଛି ପଶ୍ଚିମା ଝଡ଼ । ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଛି । ଦେଶର ଉତ୍ତର ପଶ୍ଚିମ ଭାରତରେ ବର୍ଷା ହୋଇଥିବା ବେଳେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୭ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ବଢ଼ିବ । ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ରେ ଉତ୍ତର ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା, ଓ ଦକ୍ଷିଣ ଓଡି଼ଶାର ବହୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବ ସୂଚନା ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ଅଧିକ ବର୍ଷା ହୋଇପାରେ । ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୨୭ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଦା, ଗଞ୍ଜାମ, ଗଜପତି, ନୟାଗଡ ଓ ଢ଼େଙ୍କାନାଳରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ତାରିଖ ପର୍ଯ୍ୟନ୍ତ ପଶ୍ଚିମାଝଡର ପ୍ରଭାବ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ପଶ୍ଚିମାଝଡ ପ୍ରଭାବରେ ବର୍ଷା ସହ ବିଜୁଳ ଓ ଘଡଘଡି ମାରିବାର ଆଶଙ୍କ ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ଆଶଙ୍କା ରହିଛି ।ଏଣୁ ବର୍ଷା ଓ ପବନକୁ ନେଇ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.