ଆକାଶରୁ ଖସୁଛି ଅଗ୍ନିବର୍ଷା, ଚୈତ୍ରରେ ତାପମାତ୍ରା ୪୦ ଡିଗ୍ରୀ ପାର

ଚୈତ୍ରରେ ତାପମାତ୍ରା ୪୦ ଡିଗ୍ରୀ ପାର । ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୯ଟାରୁ ଟାଇଁ ଟାଇଁ ଖରା । ଦିନ ୧୧ଟା ବେଳକୁ ଅସହ୍ୟ ହେଉଛି ଖରା ତାତି । ଆଗାମୀ ୫ ଦିନ ଭିତରେ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ରହିବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଚୈତ୍ରରେ ତାପମାତ୍ରା ୪୦ ଡିଗ୍ରୀ ପାର । ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୯ଟାରୁ ଟାଇଁ ଟାଇଁ ଖରା । ଦିନ ୧୧ଟା ବେଳକୁ ଅସହ୍ୟ ହେଉଛି ଖରା ତାତି । ଆଗାମୀ ୫ ଦିନ ଭିତରେ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ରହିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବୈଶାଖରେ ଜଳିବ ସାରା ଓଡ଼ିଶା । ଉଷ୍ମ ବାୟୁ ପ୍ରବାହ ତାତିକୁ ଆହୁରି କଲବଲ କରିବ। ଆମାଗୀ ୪ରୁ ୫ଦିନ କେତେକ ଜିଲ୍ଲାରେ ଅସମ୍ଭାଳ ଖରା ଓ ଗ୍ରୀଷ୍ମର ପ୍ରକୋପ ରହିବ। ବାୟୁମଣ୍ଡଳ ଶୁଷ୍କ ଥିବାରୁ ଖରାର ପ୍ରକୋପ ଅଧିକ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗାମୀ ୪୮ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶା ସମେତ କେତେକ ଜିଲ୍ଲାରେ ଦିନର ତାପମାତ୍ରା ୨ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଗତକାଲି ଚଳିତ ବର୍ଷ ପ୍ରଥମ ଥର ରାଜ୍ୟରେ ପାରଦ ଛୁଇଁଥିଲା ୪୦ ଡିଗ୍ରୀ ସେଲସିୟସ । ୫ ସହର ଟିଟିଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ସେହିପରି ୫ ସହରରେ ୩୯ ଡିଗ୍ରୀ ପାର କରିଥିଲା ତାତି । ଆଗାମୀ ଦିନରେ ଖରାର ପ୍ରକୋପ ସହ ଗୁଳୁଗୁଳି ମଧ୍ୟ ଅସ୍ତବ୍ୟସ୍ତ କରିବ । ଉପକୂଳ ଓଡ଼ିଶାରେ ଆଦ୍ରତା ୫୦ରୁ ୭୦ ପ୍ରତିଶତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ୩୦ରୁ ୫୦ ପ୍ରତିଶତ ରହିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.