Below header

ବହୁ ସ୍ମୃତି ଓ ଅନୁଭୂତି ଭରା ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ କରିଛି ସାରା ବିଶ୍ୱ

ବିଦାୟ ନେଇଛି ବର୍ଷ ୨୦୧୯ । ବହୁ ସ୍ମୃତି ଓ ଅନୁଭୂତି ଭରା ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ କରିଛି ସାରା ବିଶ୍ୱ । ନୂଆ ଉତ୍ସାହ, ନୂଆ ଆଶା ଓ ଆକାଂକ୍ଷାକୁ ଧରି ଆସିଛି ବର୍ଷ ୨୦୨୦ । ଘଣ୍ଟାର ମିନିଟ୍‌, ସେକେଣ୍ଡ ଓ ଘଣ୍ଟାକଣ୍ଟା ୧୨ ଉପରେ ପହଞ୍ଚିବା ପରେ ନୂଆବର୍ଷରୁ ସ୍ୱାଗତ କରିଥିଲେ ସମସ୍ତେ । ବାଜା, ବାଣ ଫୁଟାଇ ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଇ ଆନନ୍ଦ ଉଲ୍ଲାସର ସହ ବର୍ଷ ୨୦୨୦କୁ ସ୍ୱାଗତ କରିଥିଲେ । ୨୦୧୯କୁ ବିଦାୟ ଓ ୨୦୨୦କୁ ସ୍ୱାଗତ କରିବା ପାଇଁ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ସେଲିବ୍ରେସନର ମାହୋଲ । ଜମିଥିଲା ନାଚ ଗୀତର ଆସର । ଏଥିପାଇଁ ରାଜ୍ୟର ବିଭିନ୍ନ ହୋଟେଲ ଓ କ୍ଲବରେ ବିରାଟ ଆୟୋଜନ କରାଯାଇଥିଲା । ଧୁମଧଡକା ନୃତ୍ୟଗୀତରେ କମ୍ପିଥିଲା ହୋଟେଲ ପରିବେଶ । କେଉଁଠି ଡିଜେ ତାଳେ ତାଳେ ଲୋକ ନିର୍ଧୁମ ନାଚି ଗାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ । ଆଉ କେଉଁଠି ବଲିଉଡ୍‌ ଏବଂ ଓଲିଉଡ୍‌ ସେଲିବ୍ରିଟିଙ୍କ ଡ୍ୟାନ୍ସ ଧମାଲ ଦେଖିବାକୁ ମିଳିଥିଲା । ଜମିଥିଲା ଖାଦ୍ୟପେୟ ଆସର । ପରିବାର, ସାଙ୍ଗସାଥୀଙ୍କ ଗହଣରେ ଝୁମିଥିଲେ ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.