Below header

ଆଜି ଠାରୁ ରେଳଯାତ୍ରା କଲେ ଏଣିକି ପକେଟରୁ ଗଣିବେ ଅଧିକ ଟଙ୍କା, କିଲୋମିଟର ପ୍ରତି ରେଳ ଭଡ଼ା ୧ରୁ ୪ ପଇସା ବୃଦ୍ଧି ହୋଇଛି

କେନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ରେଳଯାତ୍ରା କଲେ ଏଣିକି ପକେଟରୁ ଗଣିବେ ଅଧିକ ଟଙ୍କା । ବଢ଼ିଲା ରେଳ ଭଡ଼ା । କିଲୋମିଟର ପ୍ରତି ରେଳ ଭଡ଼ା ୧ରୁ ୪  ପଇସା ବୃଦ୍ଧି ହୋଇଛି । ଅର୍ଡିନାରୀ ନନ୍‌ ଏସି ଟ୍ରେନରେ ରେଳ ଯାତ୍ରୀ ଭଡ଼ା ୧ ପଇସା ବୃଦ୍ଧି ହୋଇଛି । ସେହିପରି ମେଲ୍‌ ଓ ଏକ୍ସପ୍ରେସ ନନ୍‌ ଏସି ଟ୍ରେନରେ କିଲୋମିଟର ପ୍ରତି ଏଣିକି ୨ ପଇସା ଅଧିକ ଦେବେ ଯାତ୍ରୀ । ସେହିପରି ଏସି ଟ୍ରେନରେ ରେଳଯାତ୍ରୀ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରିଛି ରେଳ ବିଭାଗ । ଗତ କାଲି ମଧ୍ୟରାତ୍ରିରୁ ବର୍ଦ୍ଧିତ ଦର ଲାଗୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.