ମିଶନ ୧୯ ପାଇଁ ମମତା ଦିଦିଙ୍କ ୧୯ରେ ମହାରାଲି, କୋଲକାତାରେ ପହଞ୍ଚିଲେଣି ନେତା

ଭୁବନେଶ୍ବର (କେନ୍ୟୁଜ୍) : ମିଶନ ୧୯ ପାଇଁ ମମତା ଦିଦିଙ୍କ ଜାନୁଆରୀ ୧୯ ମହାରାଲି । ଏକାଠି ହେବେ ପ୍ରାୟ ୨୦ଟି ବିଜେପି ବିରୋଧୀ ଦଳ । ବିଜେପିକୁ ଏକ ଶକ୍ତ ବାର୍ତ୍ତା ଦେବାକୁ ଶକ୍ତି ପ୍ରଦର୍ଶନ ହେବ । ୟୁନାଇଟେଡ ଇଣ୍ଡିଆ ରାଲି ପାଇଁ କୋଲକାତାରେ ନେତାମାନେ ପହଞ୍ଚିଲେଣି । କଂଗ୍ରେସରୁ ଯୋଗ ଦେବେ ନାହିଁ ରାହୁଲ ଗାନ୍ଧି । କିନ୍ତୁ ରାଲିକୁ ସମର୍ଥନ କରି ମମତା ଦିଦିଙ୍କୁ ବାର୍ତ୍ତା ପଠାଇଛନ୍ତି ରାହୁଲ।

mamata-banerjee

କୋଲକାତାରେ ମମତାଙ୍କ ମେଗା ରାଲି। ୟୁନାଇଡେଟ୍ ଇଣ୍ଡିଆ ରାଲିରେ ଏକାଠି ହେବେ ବିରୋଧୀ। କୋଲକାତା ପହଞ୍ଚି ସାରିଲେଣି ଅଧିକାଂଶ ନେତା। ସାମିଲ ହେବେ, ଜେଡିଏସ୍ରୁ ଏଚ୍ଡି ଦେବେ ଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ,ଏନ୍ସିପିରୁ ଶରଦ ପାୱାର, ଏସ୍ପିରୁ ଅଖିଳେଶ ଯାଦବ, ଟିଡିପିରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଆପ୍ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏନ୍ସିରୁ ଫାରକୁ ଅବଦ୍ଦୁଲା ଓ ଓମାର ଅବଦ୍ଦୁଲା ଓ ଆରଜେଡିରୁ ତେଜସ୍ୱୀ ଯାଦବ। ସେହିପରି ଆସିବେ ଅରୁଣ ସୌରୀ, ଯଶୱନ୍ତ ସିହ୍ନା ଓ ଶତ୍ରୁଘ୍ନ ସିହ୍ନା। ରାଲିକୁ ଆସିବେନି କଂଗ୍ରେସ ଅଧ୍ୟକ୍ଷ। କିନ୍ତୁ ସର୍ଥନରେ ମମତା ଦିଙ୍କୁ ଚିଠି ଲେଖିଛନ୍ତି ରାହୁଲ। କଂଗ୍ରେସରୁ ଯୋଗ ଦେବେ ମଲିକାର୍ଜୁନ ଖଡ୍ଗେ। ବିଏସ୍ପିରୁ ମାୟବତୀଙ୍କ ବାର୍ତ୍ତା ଧରି ଆସିବେ ସତୀଶ ଚନ୍ଦ୍ର ମିଶ୍ର।

mamata 2

ବିଜେପି ବିରୋଧୀ ରାଲିରେ କିନ୍ତୁ ସାମିଲ ହେବେ ନାହିଁ ଦେଶର ଦୁଇ ବଡ଼ ଆଞ୍ଚଳିକ ଦଳ। ଗୋଟିଏ ବିଜେଡି ଓ ଅନ୍ୟଟି ତେଲେଙ୍ଗାନା ରାଷ୍ଟ୍ର ସମିତି, ଟିଆରଏସ୍। ଟିଆରଏସ୍ ଅଣ ବିଜେପି ଅଣ କଂଗ୍ରେସ ଫେଡେରାଲ ଫ୍ରଣ୍ଟ ପାଇଁ ଉଦ୍ୟମ କରୁଛି। ପ୍ରତାବ ଦେବ କହିଛନ୍ତି, ବୈଠକକୁ ବିଜେଡିକୁ ଡକାଯାଇ ନାହିଁ। ଏହାସହ ଦଳ ସ୍ପଷ୍ଟ କରି ସାରିଛି ବିଜେଡି ସମଦୂରତା ନୀତିରେ ରହିଛି। ସେପଟେ ବିଜେପି କହିଛନ୍ତି, ମମତାଙ୍କ ମହା ରାଲିର କୌଣସି ପ୍ରଭାବ ପଡିବ ନାହିଁ।

ମମତାଙ୍କ ମିଶନ ୧୯ ପାଇଁ ଜାନୁଆରୀ ୧୯ ରାଲି। ଏକାଠି ହେବେ ବିଜେପି ବିରୋଧୀ ଦଳ। ବ୍ରିଗେଡ୍ ପରେଡ ଗ୍ରାଉଣ୍ଡରେ ଶକ୍ତି ପ୍ରଦର୍ଶନ କରିବେ ପ୍ରାୟ ୨୦ଟି ଦଳ। କିନ୍ତୁ ଏହି ଦଳଗୁଡିକର ପରସ୍ପର ମଧ୍ୟରେ ମନ କେତେ ମିଶୁଛି, ତାହା ମଧ୍ୟ ସବୁ ବେଳେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.