ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା, ଖରାରେ ଶୁଖୁଛି ଓଦା ଟଙ୍କା

ଗଞ୍ଜାମ(କେନ୍ଯୁଜ୍) : ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍‌ଲି ପ୍ରଭାବରେ ବ୍ୟାଙ୍କର କରେନ୍‌ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ ନୋଟ୍‌ ଗୁଡିକୁ ଛାତ ଉପରେ ଶୁଖାଯାଇଥିଲା। ତେବେ କେତେ ପରିମାଣର ଟଙ୍କା ଓଦା ହୋଇଛି ସେନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

 

 

Leave A Reply

Your email address will not be published.