ଏବେ ଚର୍ଚ୍ଚାରେ ଥିବା “ଜୱାଦ”ର ପ୍ରକୃତ ମାନେ କଣ, କାହିଁକି ଦିଆଯାଇଛି ଏମିତି ନାଁ

ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ହେଉଛି “ଜୱାଦ” । ଏହାର ଗତିପଥକୁ ନଜରରେ ରଖିଲେ ଆଇଏମଡି ପକ୍ଷରୁ ଅନୁମାନ କରାଯାଉଛିକି ପଶ୍ଚିମ ବଙ୍ଗ ଓ ଓଡ଼ିଶାର କିଛି ଅଂଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହ ୧୦୦ କିମି ପର୍ଯ୍ୟନ୍ତର ପବନ ବହିପାରେ । ସଦ୍ୟ ମିଳିଥିବା ରିପୋର୍ଟ ଅନୁଯାୟୀ ପୁରୀରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା “ଜୱାଦ” । ସ୍ଥଳଭାଗ ନ ଛୁଇଁଲେ ବି ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ଫେରି ଯାଇପାରେ ବାତ୍ୟା । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କାଲି ମଧ୍ୟାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିବ । ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୨୬୬ଟି ଓଡ୍ରାଫ, NDRF, ଫାୟାର ଟିମ୍‌ ସଜାଗ ରଖାଯାଇଛି ।

cyclone jawad

ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ଆଉ ପରେ ଏହା ଏକ ବାତ୍ୟାରେ ପରିଣତ ହୋଇପାରେ । ଏକ ଉଚ୍ଚସ୍ତରୀୟ ମିଟିଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବାତ୍ୟାର ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଏନେଇ ଉପଯୁକ୍ତ ପଦକ୍ଷେପମାନ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ ଆଉ ଏ ଉପରେ ଅଧିକ ଦୃଷ୍ଟି ଦେବାକୁ କହିଛନ୍ତି । ଏହାର ଇଲେକ୍ଟ୍ରିସିଟି, କମ୍ୟୁନିକେସନ, ସ୍ୱାସ୍ଥ୍ୟ ଓ ପିଇବା ପାଣି ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ ସେପ୍ରତି ସଜାଗ ରହିବାକୁ କହିଛନ୍ତି । ଏତେ ଆଲୋଚନା/ ପର୍ଯ୍ୟାଲୋଚନା, ସତର୍କତା ଭିତରେ ଆମ ମନରେ ପ୍ରଶ୍ନ ଉଠୁଥିବ ଏହି ସମ୍ଭାବ୍ୟ ବାତ୍ୟାର ନାଁ ତ “ଜୱାଦ” ଦିଆଯାଇଛି । କିନ୍ତୁ ଏହି ନାଁ ଟି ଆସିଲା କେଉଁଠୁ । କଣ ପାଇଁ ଏହାର ନାମକରଣ ରଖାଯାଇଛି । କେଉଁ ଦେଶ ଦେଇଛି ଏହି ନାଁ । ପ୍ରକୃତରେ “ଜୱାଦ” ହେଉଛି ଏକ ଆରବିଆନ ନାଁ । ଯାହାର ପ୍ରକୃତ ଅର୍ଥ ହେଉଛି “ଦୟାଶିଳ” । ଏମିତି ନାଁ ଦେବା ପଛରେ ବି ଏକ ବଡ କାରଣ ରହିଛି । କାରଣ ବିଶ୍ବସ ରହିଛିଯେ ଏହି ବାତ୍ୟା ପୂର୍ବ ବାତ୍ୟା ଗୁଡିକ ପରି ଏତେଟା କ୍ଷୟକ୍ଷତି କରିବ ନାହିଁ । ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହେବ ନାହିଁ ।

କେମିତି ହୁଏ “ବାତ୍ୟା”ର ନାମକରଣ:

ବାତ୍ୟାର ନାମକରଣ ୧୯୫୩ ମସିହାରେ ଆଟଲାଣ୍ଟିକ ଅଂଚଳରେ ଅନୁଷ୍ଠିତ ହୋଇଥିବା ଏକ ଅଧିବେଶନରେ ହିଁ ବାତ୍ୟା ନେଇ ନାମକରଣ ଆରମ୍ଭ ହୋଇଥିଲା । ଯେବେକି ଭାରତ ମହାସାଗର ଅଂଚଳରେ ୨୦୦୪ ରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାଁ ଦେବା ପାଇଁ ଏହାର ସଦସ୍ୟ ରାଷ୍ଟ୍ର ମାନେ ନିଜ ନିଜ ପସନ୍ଦ ମୁତାବକ ନାଁ ଗୁଡିକର ଏକ ତାଲିକା ଦିଅନ୍ତି । ଏହା ପରେ ନାଁର ପ୍ରଥମ ଅକ୍ଷର କିମ୍ବା ଆଲଫାବେଟ ମୁତାବକ ତାଲିକାକୁ ସଜା ଯାଇଥାଏ । ଏହା ପରେ ଏହି ନାଁ ଗୁଡିକ ଭିତରୁ ଏକ ନାଁ ଚୟନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.