Below header

ଶବ ସତ୍କାର କରିବାକୁ ଯାଇଥିବା ବେଳେ ଘଟିଲା କିଛି ଏପରି, ସ୍ତବ୍ଧ ହେଲା ପୁରା ଗାଁ

ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି ନିଜେ ଶବ ପାଲଟି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ହଠାତ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି ।

ଆସିଲା ଅକାଳ ମୃତ୍ୟୁ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଆଉ ଜଣେ ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଯାଇଥିବା ସମୟରେ ସେଠାରେ ନିଜେ ଶବ ପାଲଟି ଯିବା କଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଏମିତି ଏକ ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି ନିଜେ ଶବ ପାଲଟି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ହଠାତ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାହିଁକି ଏପରି ସମସ୍ତଙ୍କୁ ଏକା କରି ଚାଲିଗଲେ ସେ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ଶବ ନେଇ ଯାଇଥିଲେ ସତ୍କାର ପାଇଁ କିନ୍ତୁ ତାଙ୍କ ସହ ଏପରି ହେବ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।

ସୂଚନା ଅନୁସାରେ ଝରିଗାଁ ରେ ବାସ କରୁଥିବା ସ୍ୱର୍ଗତ କମଳ ଲୋଚନ ନାୟକଙ୍କ ପତ୍ନୀ ସୁଲୋଚନା ନାୟକଙ୍କ ବୟସ୍କ ଓ ପକ୍ଷପାତ କାରଣରୁ ଗତ ରାତିରେ ନବରଙ୍ଗପୁର ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସୁଲୋଚନାଙ୍କ ଶବକୁ ଝରିଗାଁ ଅଣାଯାଇଥିଲା ଏବଂ ସକାଳ ୯ଟା ସମୟରେ ସୁଲୋଚନାଙ୍କ ଶବ ସତ୍କାର ପାଇଁ ସ୍ଥାନୀୟ ଶ୍ମଶାନକୁ ନିଆ ଯାଇଥିଲା । ସମସ୍ତଙ୍କ ଭଳି ସୁଲୋଚନାଙ୍କ ଜଣେ ସମ୍ପର୍କୀୟ ନାତି ରଇନୁ ନାୟକ ମଧ୍ୟ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ । ସେଠାରେ ସେ ଶବ ସତ୍କାର କାମରେ ସାହାଯ୍ୟ ବି କରିଥିଲେ । ଖୁଣ୍ଟ ପୋତିବା ପାଇଁ ଗାତ ଖୋଲିବା ଠାରୁ ଆରମ୍ଭ କରି ଯୁଇରେ କାଠ ସଜାଡ଼ିବା ଯାଏଁ ସବୁ କାମ କରିଥିଲେ ରଇନୁ । କିନ୍ତୁ ଏସବୁ କାମ କରୁଥିବା ସମୟରେ ସେ ହାଲିଆ ହୋଇ ବସି ପଡ଼ିଥିଲେ । ପରେ ହଠାତ ସେ ସେଠାରେ ମୂର୍ଚ୍ଛା ହୋଇ ଯାଇଥିଲେ । ପରେ ତାଙ୍କୁ ୧୦୮ରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶ୍ମଶାନରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରଇନୁଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ।

ଝରିଗାଁ ରେ ଏମିତି ଘଟଣା ପ୍ରଥମ ହୋଇଥିବାରୁ ଏହି ଘଟଣା ପରେ ଝରିଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ତେବେ ମୃତ୍ୟୁର କିଛି ସମୟ ନଥାଏ ତାହା ଏହି ଘଟଣାରୁ ପ୍ରମାଣିତ ହୋଇଯାଇଛି । ମୃତ୍ୟୁ କେତେବେଳେ ଯେ ଆସି ମଣିଷକୁ ନିଜ ଆଡ଼କୁ ନେଇଯିବ ତାହା କେହି କହି ପାରିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.