Below header

ଦୁଇଖଣ୍ଡ ଭୋଟ୍‌ ପାଇଁ ଡବଲ୍‌ ମର୍ଡର…RJDର ପୂର୍ବତନ ସାଂସଦଙ୍କୁ ଆଜୀବନ; ସୁପ୍ରିମ୍‌କୋର୍ଟ କହିଲେ, ଭଗବାନ ହିଁ ମାଲିକ

ଆର୍‌ଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ। ମାତ୍ର ଦୁଇଖଣ୍ଡ ଭୋଟ୍ ପାଇଁ ଡବଲ୍‌ ମର୍ଡର ମାମଲାରେ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଆର୍‌ଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ। ମାତ୍ର ଦୁଇଖଣ୍ଡ ଭୋଟ୍ ପାଇଁ ଡବଲ୍‌ ମର୍ଡର ମାମଲାରେ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଦଣ୍ଡ ଘୋଷଣା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ଏଭଳି ମାମଲା କେବେ ଦେଖି ନ ଥିଲୁ।

କହି ରଖୁଛୁ, ପ୍ରଭୁନାଥ ସିଂ ୧୯୯୫ରେ ମଶରଖ୍‌ରେ ହୋଇଥିବା ଡବଲ୍‌ ମର୍ଡର ମାମଲାରେ ଅଭିଯୁକ୍ତ ଥିଲେ। ଅଗଷ୍ଟ ୧୮ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ ସଞ୍ଜୟ କିଶନ କୌଲ୍‌ କହିଥିଲେ ଯେ ଦୁଇଟି ବିକଳ୍ପ ଅଛି, ଆମେ ଜୀବନ ଦେବୁ ନଚେତ୍‌ ମୃତ୍ୟୁ ଦେବୁ। କୋର୍ଟ ଯେତେବେଳେ ଓକିଲଙ୍କୁ ପଚାରିଥିଲେ କି, ପ୍ରଭୁନାଥଙ୍କ ବୟସ କେତେ? ଏହାର ଉତ୍ତରରେ ଓକିଲ ୭୦ ବୋଲି କହିବାରୁ ସୁପ୍ରିମ୍‌କୋର୍ଟଙ୍କ ଜଜ୍‌ କହିଥିଲେ, ତା’ ହେଲେ ଭଗବାନ ହିଁ ମାଲିକ।

ଏଥି ପୂର୍ବରୁ ୨୦୦୮ରେ ପାଟନା କୋର୍ଟ ଏହି ମାମଲାରେ ପ୍ରଭୁନାଥ ସିଂଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ପୁଣି ୨୦୧୨ରେ ପାଟନା ହାଇକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପାଟନା କୋର୍ଟ ଏବଂ ହାଇକୋର୍ଟରୁ ନିରାଶ ହୋଇ ମୃତକଙ୍କ ଭାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଅଗଷ୍ଟ ୧୮ରେ ଏହି ମାମଲାରେ ଶୁଣାଣି ଶେଷ କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। କହି ରଖୁଛୁ, ବିଧାୟକ ରହିଥିବା ଅଶୋକ ସିଂ ହତ୍ୟା ମାମଲାରେ ପ୍ରଭୁନାଥ ସିଂ ବର୍ତ୍ତମାନ ଝାଡ଼ଖଣ୍ଡର ହଜାରିବାଗ କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ସୂଚନାଥାଉ କି, ୧୯୯୫ରେ ବିହାର ବିଧାନସଭା ନିର୍ବାଚନ ଚାଲିଥିଲା। ସେହି ସମୟରେ ଛପରା ଜିଲ୍ଲାର ମଶରଖ୍‌ରେ ଏକ ମତଦାନ କେନ୍ଦ୍ର ନିକଟରେ ୧୮ ବର୍ଷୀୟ ରାଜେନ୍ଦ୍ର ରାୟ ଓ ୪୭ ବର୍ଷୀୟ ଦରୋଗା ରାୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅଭିଯୋଗ ଥିଲା ଯେ ପ୍ରଭୁନାଥ ସିଂ କହିବା ସତ୍ତ୍ୱେ ଉଭୟ ତାଙ୍କୁ ଭୋଟ୍‌ ଦେଇ ନ ଥିଲେ। ଏହି ନିର୍ବାଚନରେ ପ୍ରଭାସ ସିଂଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ଅଶୋକ ସିଂ ଜିତିଥିଲେ।

ନିର୍ବାଚନ ଫଳାଫଳ ପରେ ନବ ନିର୍ବାଚିତ ବିଧାୟକ ଅଶୋକ ସିଂଙ୍କୁ ୯୦ ଦିନ ମଧ୍ୟରେ ହତ୍ୟା କରାଯିବ ବୋଲି ପ୍ରଭୁନାଥ ଧମକ ଦେଇଥିଲେ। ଏହାର ଠିକ୍‌ ୯୦ ଦିନ ଅର୍ଥାତ୍‌ ୧୯୯୫ ଜୁଲାଇ ୩ରେ ଅଶୋକ ସିଂଙ୍କୁ ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.