ଦୁନିଆକୁ ଫିଟନେସ ମନ୍ତ୍ର ଦେଉଥିବା ଇନଫ୍ଲୁଏନ୍ସରଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ

ଦୁଇ ଦୁଇ ଥର କାର୍ଡିଆକ୍‌ ଆରେଷ୍ଟର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ଫିଟ୍‌ନେସ ଇନଫ୍ଲୁଏନ୍ସର ଲାରିସା ବୋର୍ଗିସ । ବ୍ରାଜିଲିଆନ ଫିଟନେସ ଇନଫ୍ଲୁଏନ୍ସର ମାତ୍ର ୩୩ ବର୍ଷ ବୟସରେ ହାର୍ଟଆଟାକରେ ମତ୍ୟୁବରଣ କରିଛନ୍ତି ।

ବ୍ରାଜିଲର ୩୩ ବର୍ଷୀୟା ଫିଟନେସ ଇନଫ୍ଲୁଏନ୍ସର ଲାରିସା ବୋର୍ଗିସ କାର୍ଡିଆକ ଆରେଷ୍ଟ ଯୋଗୁଁ ମୃତ୍ୟୁ ହୋଇଛି । ଇନଷ୍ଟାଗ୍ରାମ ଜରିଆରେ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ପକ୍ଷରୁ ପୋଷ୍ଟ ସେୟାର କରି କୁହାଯାଇଛି, ବହୁତ କମ୍‌ ବୟସରେ ମାତ୍ର ୩୩ ବର୍ଷ ବୟସରେ ପରିବାରର ସଦସ୍ୟ ହରାଇବା ବହୁତ ଦୁଃଖଦାୟକ । ଆମ ହୃଦୟ ଭାଙ୍ଗିଯାଇିଛି ।

ଲାରିସା ବୋର୍ଗିସ ଜଣେ ବ୍ରାଜିଲିଆନ ଫିଟନେସ ଇନଫ୍ଲୁଏନ୍ସର । ସମଗ୍ର ଦୁନିଆକୁ ଫିଟନେସ ମନ୍ତ୍ର ଦେଉଥିବା ଲାରିସାଙ୍କର ୩୩ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି । ସେ ନିଜ ଇନଷ୍ଟା ପେଜରେ ନିଜର ଫିଟନେସ, ଫ୍ୟାଶନ ଏବଂ ଟ୍ରାଭେଲ ସମ୍ବନ୍ଧୀୟ ଟିପ୍ସ ଦିଅନ୍ତି ।

୨୦ ଅଗଷ୍ଟରେ ଲାରିସାଙ୍କୁ ଦୁଇ ଦୁଇ ଥର ହାର୍ଟଆଟାକ ଆସିଥିଲା । ସେ ସୋମବାର ଦିନ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଭର୍ତ୍ତି ହେବା ପରେ ଲାରସା କୋମାକୁ ଚାଲିଯାଇଥିଲେ । ଆଉ କୋମାରେ ରହିବା ପରେ ୨୮ ଅଗଷ୍ଟରେ ତାଙ୍କ ମୃତ୍ୟୁ ହୋଇଥିଲା ।

ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ମୁଁ କାଲିରେ ବିଶ୍ୱାସ କରୁଛି । ’

ତେବେ କୁହାଯାଉଛି କି ଲାରିସା ଗ୍ରେମାଡୋ ଯାତ୍ରା ସମୟରେ କିଛି ନିଶାଦ୍ରବ୍ୟ ସେବନ କରିଥିଲେ । ଯାହାଫଳରେ କାର୍ଡିଆକ୍‌ ଆରେଷ୍ଟ ହୋଇଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ପୋଲିସ ଏହାକୁ ଯାଞ୍ଚ କରୁଛି ।

୨୦ ଅଗଷ୍ଟରେ ହାର୍ଟଆଟାକ ଆସିବା ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ । ତା’ ପରେ ପୁଣି ୨୮ ଅଗଷ୍ଟରେ ଆସିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.