ବିରିୟାନିରେ ମଟନ ନମିଳିବାରୁ ବିବାହ ଭୋଜିରେ ହେଲା ମହାଭାରତ

ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ରନ୍ଧା ଯାଇଥାଏ । ତେବେ ବର୍ତ୍ତମାନ ବିରିୟାନି ଟ୍ରେଣ୍ଡିଂରେ ଚାଲୁଛି । ତେଣୁ ବିବାହ ସମାରୋହରେ ମେନ କୋର୍ସ ବିରିୟାନି ରଖାଯାଉଛି । ତେବେ ଏହି ବିରିୟାନିକୁ ନେଇ ଏକ ବିବାହରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବିରିୟାନିରେ ମିଳିଲାନି ମଟନ । ଆଉ ମଟନ ନମିଳିବାରୁ ହେଲା ଭୟଙ୍କର ଗଣ୍ଡଗୋଳ । ବିବାହ ଭୋଜି ଖାଇବା ସମୟରେ ଖାଇବାରେ ମଟନ ନମିଳିବାରୁ ଅତିଥିଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା । ଆଉ ପରେ ଏପରି କିଛି ହୋଇଥିଲା ଯାହା ଆପଣ ବିଶ୍ୱାସ କରି ପାରିବେନି ।

ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ରନ୍ଧା ଯାଇଥାଏ । ତେବେ ବର୍ତ୍ତମାନ ବିରିୟାନି ଟ୍ରେଣ୍ଡିଂରେ ଚାଲୁଛି । ତେଣୁ ବିବାହ ସମାରୋହରେ ମେନ କୋର୍ସ ବିରିୟାନି ରଖାଯାଉଛି । ତେବେ ଏହି ବିରିୟାନୀକୁ ନେଇ ଏକ ବିବାହରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ସାମାନ୍ୟ ବିରିୟାନି ପାଇଁ ପରସ୍ପରକୁ ମାରପିଟ କରିବାକୁ ପଛାଇଲେନି କିଛି ଅତିଥି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ‘ଘର କେ କଲସ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।

ଏଭଳି ଏକ ବିଚିତ୍ର ଘଟଣା ପାକିସ୍ତାନରୁ ସାମ୍ନାକୁ ଆସିଛି । ଏକ ବିବାହ ସମାରୋହରେ ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ ହୋଇଥିଲା ଯାହାର ଭିଡିଓ ବିର୍ତ୍ତମାନ ଭାଇରାଲ ହେଉଛି । ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ବର୍ତ୍ତମାନ X ନାମକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଛଅ ମିନିଟର ଭିଡିଓ ପୋଷ୍ଟ କରାଯାଇଛି । ବିବାହ ସମାରୋହରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କ ବିରିୟାନିରେ ପର୍ଯ୍ୟାପ୍ତ ପରିମାଣର ମଟନ୍ ନଥିଲା, ଫଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ଲୋକମାନେ ପରସ୍ପର ଉପରେ ଚେୟାର ଫିଙ୍ଗି ଝଗଡ଼ା କରୁଥିଲେ ।

ଭାଇରାଲ ହୋଇଥିବା ଭିଡିଓରେ ଏକ ଧଳା ଟେଣ୍ଟ ନିର୍ମାଣ କରାଯାଇଥିଲା ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ଖାଇବା ସ୍ଥାନକୁ ଅଲଗା କରାଯାଇଥିଲା । ଭିଡିଓରେ ଝଗଡ଼ା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ବ୍ୟକ୍ତି ଖାଇବା ଟେବୁଲ ନିକଟକୁ ଆସି ଜଣେ ଅତିଥିଙ୍କ ଟୋପି କାଢ଼ି ଫୋପାଡି ଦେଇଥିଲେ । କିଛି ସମୟ ମଧ୍ୟରେ ସେହି ସ୍ଥାନରେ ପରିବେଶ ଭୟଙ୍କର ହୋଇଥିଲା ଏବଂ ଅତିଥିମାନେ ପରସ୍ପରକୁ ଚେୟାର ଫୋପାଡ଼ି ମାରିବାକୁ ଆରମ୍ଭ କରିଥିଲେ । କିଛି ମହିଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ । ତେବେ କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଯଦିଓ ଝଗଡା କାହିଁକି ହୋଇଛି ତାହାର କୌଣସି ସ୍ପଷ୍ଟ କାରଣ ନାହିଁ, କିନ୍ତୁ ଘର କେ କଲେସ ନାମକ ଆକାଉଣ୍ଟରୁ ଭାଇରାଲ ହୋଇଥିବା ଏହି ପୋଷ୍ଟରେ ବିରିୟାନି ନମିଳିଥିବାରୁ ଗଣ୍ଡଗୋଳ ହୋଇଥିବା କୁହାଯାଇଛି । ବୋଲ୍ଟନର ରେଜିଣ୍ଟ ହଲରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଘଟଣା ୨୯ ଅଗଷ୍ଟ ୨୦୨୩ରେ, ୮ଟା ୪ ମିନିଟ ସମୟରେ ପୋଷ୍ଟ କରାଯାଇଛି । ସେୟାର ହେବା ପରଠାରୁ ଏହି କ୍ଲିପ୍ କୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଅନେକ ଲାଇକ୍ ସହ ୟୁଜରମାନେ କମେଣ୍ଟ ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.