ଆଚାର ଖାଇବାକୁ ଭଲ ପାଆନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ ଭୋଗିବେ ଏହି ସମସ୍ୟା

ଆଚାରରେ ଲାକ୍ଟିକ୍ ଏସିଡ୍ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ଆମ ସ୍ୱାସ୍ଥ୍ୟ ପ୍ରତି କଣ କ୍ଷତି କରାଏ ।

ଭାରତକୁ ଆଚାରର ଦେଶ କହିବା ଭୁଲ ହେବ ନାହିଁ । ଏଠାରେ ସବୁ ପ୍ରକାରର ଆଚାର ମିଳିଥାଏ ଯାହାକୁ ଲୋକେ ଖାଇବାକୁ ବହୁତ ପସନ୍ଦ କରନ୍ତି । କେତେକ ଲୋକ ତ ଗାଁ ରୁ ସହର କିମ୍ବା ବିଦେଶ ଯିବା ସମୟରେ ଆଚାର ଡବାରେ ଭରି ନେଇ ଯାଆନ୍ତି । ତେବେ ଆଚରକୁ ଭାତ, ରୁଟି ଏବଂ ପରଟାରେ ଖାଇବାର ମଜା ନିଅନ୍ତି ଲୋକେ । ହେଲେ ଆପଣ ଜାଣିଛନ୍ତି କି, ଆଚାରରେ ଲାକ୍ଟିକ୍ ଏସିଡ୍ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ଆମ ସ୍ୱାସ୍ଥ୍ୟ ପ୍ରତି କଣ କ୍ଷତି କରାଏ ।

ଲାକ୍ଟିକ୍ ଏସିଡ୍ କଣ :
ଲାକ୍ଟିକ୍ ଏସିଡ୍ ଏକ ପ୍ରମୁଖ ଅରଗାନିକ୍‌ ଏସିଡ୍‌ ଯାହା ଆମ ଶରୀରରେ ରହିଥାଏ ଏବଂ ଏହା ଆମ ରକ୍ତରେ ଥାଏ । ଯେତେ ବେଳେ ଆମ ଶରୀରକୁ ଶକ୍ତି ଆବଶ୍ୟକ ହୋଇଥାଏ ତେବେ ଏହା ଆମ ଶରୀରକୁ ଶକ୍ତି ଯୋଗାଇବାର କାମ କରିଥାଏ । ହେଲେ ଲାକ୍ଟିକ୍ ଏସିଡରେ ସିକ୍ରିସନ୍‌ ଆମ ଶରୀରରେ କିଛି ଲିମିଟ୍‌ରେ ରହିବା ଉଚିତ୍‌ ନଚେତ୍‌ ଏହା ଆମ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିପାରେ ।

ଲାକ୍ଟିକ୍ ଏସିଡରେ ହେଉଥିବା ୧୦ଟି କ୍ଷତି :
୧. ଅକ୍ସିଡୋସିସ୍‌ :
ଶରୀରରେ ଲିମିଟ୍‌ରୁ ଅଧିକ ଲାକ୍ଟିକ୍ ଏସିଡ୍ ରହିବା କାରଣରୁ ଅକ୍ସିଡୋସିସ୍‌ ସୃଷ୍ଟି ହୋଇପାରେ । ଯାହାଦ୍ୱାରା ରକ୍ତରେ ଥିବା ପିଏଚ୍‌ ଲେବଲ୍‌ ଖରାପ ହୋଇପାରେ । ଏହା ଦ୍ୱାରା ଶରୀରରେ ଦୁର୍ବଳତା, ବାନ୍ତି ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ ।
୨. ମାଂସପେଶୀରେ ଦୁର୍ବଳତା :
ଲାକ୍ଟିକ୍ ଏସିଡ୍ ଯୋଗୁ ମାଂସପେଶୀରେ କଷ୍ଟ ହୋଇପାରେ । ଯାହାଦ୍ୱାରା ଆମ ଡେଲି ଆକ୍ଟିଭିଟିଜ୍‌ ମଧ୍ୟ ପ୍ରଭାବିତ ହୋଇପାରେ ।
୩. ହାଇ ବ୍ଲଡ ପ୍ରେସର :
ଶରୀରରେ ଲିମିଟରୁ ଅଧିକ ଲାକ୍ଟିକ୍ ଏସିଡ୍ ସ୍ତର ରହିବା କାରଣରୁ ହାଇ ବ୍ଲଡ ପ୍ରେସରର ସମସ୍ୟା ବଢି ପାରେ ।
୪. ବାନ୍ତି :
ଅକ୍ସିଡୋସିସ୍‌ ଅଧିକ ହେବା କାରଣରୁ ବାନ୍ତି ହୋଇପାରେ । ଯାହା ଆପଣଙ୍କୁ ଅସହଜ ହୋଇପାରେ ।
୫. ଇନ୍‌ଡାଇଜେସ୍‌ନ :
ଅଧିକ ଲାକ୍ଟିକ୍ ଏସିଡ୍ ରିଲିଜ୍‌ ହେବା ଯୋଗୁଁ ହଜମ ଜନିତ ସମସ୍ୟା ହୋଇପାରେ । ଯେପରି ପେଟରେ ଯନ୍ତ୍ରଣା, ଗ୍ୟାସ୍‌ ଏବଂ କୋଷ୍ଠକାଠିନ୍ୟ ଆଦି ସମସ୍ୟା ହୋଇପାରେ ।
୬. ଡ୍ରାଏ ମାଉଥ୍‌ :
ଅକ୍ସିଡୋସିସ୍‌ କାରଣରୁ ପାଟି ଶୁଖିଲା ଲାଗି ପାରେ । ଯାହା ଦ୍ୱାରା ଖାଦ୍ୟ ଖାଇବାରେ ସମସ୍ୟା ହୋଇପାରେ ।
୭. ହାର୍ଟ ଡିଜିଜ୍‌ :
ଅଧିକ ଲାକ୍ଟିକ୍ ଏସିଡ୍ ଯୋଗୁ ହାର୍ଟ ସମ୍ବନ୍ଧୀୟ ରୋଗର ସମସ୍ୟା ଦେଖା ଯାଇପାରେ । ଯାହାଦ୍ୱାରା ଛାତି ଯନ୍ତ୍ରଣା ଏବଂ ଅନିୟମିତ ଭାବେ ହାର୍ଟ ବିଟ୍‌ ବଢିବା ସମସ୍ୟା ହୋଇପାରେ ।
୮. ମୁଣ୍ଡ ବିନ୍ଧା :
ଲାକ୍ଟିକ୍ ଏସିଡ୍ ଅଧିକ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଏବଂ ମୁଣ୍ଡ ବୁଲେଇବା ଭଳି ସମସ୍ୟା ହୋଇପାରେ । ତେଣୁ ଏହାକୁ ଅଧିକ ଖାଇବା ଉଚିତ୍‌ ନୁହେଁ ।
୯. ହାଡ ଦୁର୍ବଳ ହେବା :
ଅଧିକ ଲାକ୍ଟିକ୍ ଏସିଡ୍ ସ୍ଥାୟୀ ରୂପରେ ହାଡର ସ୍ଥିତିକୁ ପ୍ରଭାବିତ କରିପାରେ । ଯାହା ଦ୍ୱାରା ହାଡ ଦୁର୍ବଳ ହୋଇପାରେ ।
୧୦. ତାପମାତ୍ରା ବଦଳିବା :
ଯଦି ଆପଣଙ୍କ ଶରୀରରେ ଲାକ୍ଟିକ୍ ଏସିଡର ଲେବଲ ବଢି ଯାଏ ତେବେ ଶରୀରରେ ତାପମାତ୍ରା ବଢି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.