ଟିଭି ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ସନ୍ଦେହଜନକ ମୃତ୍ୟୁ, ଘର ଭିତରେ ପଡ଼ିଥିଲା ମୃତଦେହ

ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ମାଲାୟାଲମ୍‌ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ନିଧନ ହୋଇଛି।

ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ମାଲାୟାଲମ୍‌ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ନିଧନ ହୋଇଛି। ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଅଭିନେତ୍ରୀ ୩୧ ବର୍ଷର ଥିଲେ। ହଠାତ୍‌ ତାଙ୍କ ପରଲୋକରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଗଭୀର ଝଟ୍‌କା ଲାଗିଛି। ଅଭିନେତ୍ରୀଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ଅନୁସାରେ, ଅପର୍ଣ୍ଣା ଗୁରୁବାର ରାତିରେ ଥିରୁଅନନ୍ତପୁରମ୍‌ର କରମନାସ୍ଥିତ ନିଜ ଘରେ ବେହୋସ୍‌ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

କହି ରଖୁଛୁ, ଅପର୍ଣ୍ଣା ‘ଚନ୍ଦନମାଞ୍ଝା’, ‘ଆତ୍ମସାଖୀ’, ‘ମେଥିଲି ଭିନ୍ଦୁମ୍‌ ବରୁମ୍‌’, ‘ଦେବସ୍ପର୍ଶମ୍‌’ ଭଳି ଟିଭି ଶୋ’ରେ ସୁନ୍ଦର ଅଭିନୟ ପାଇଁ ଘରେ ଘରେ ପରିଚିତ ଥିଲେ। ଏହା ବ୍ୟତୀତ ସେ ‘ମେଘତୀର୍ଥମ୍‌’, ‘ମୁଥୁଗୋ’, ‘ଅଚୟନ୍ସ’, ‘କୋଡଥି ସକ୍ଷମମ୍‌ ବାଲନ୍‌ ଭକିଲ୍‌’, ‘କଲ୍‌କି’ ଭଳି ଫିଲ୍ମରେ ନଜର ଆସିଥିଲେ। ଅପର୍ଣ୍ଣାଙ୍କ ପରିବାରରେ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.