ବାଟବଣା ହୋଇଛି ମୁକ୍ତା ଯୋଜନା, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନାର ବାସ୍ତବ ରୂପ କିନ୍ତୁ ଅଲଗା

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସିର ବାଟ ହୁଡ଼ିଛି ମୁକ୍ତା ଯୋଜନା । ଉଦଳା ଏନଏସି ୧୨ ଗୋଟି ୱାର୍ଡକୁ ନେଇ ଗଠିତ। ୧୨ ଟି ୱାର୍ଡରେ ଲୋକ ସଂଖ୍ୟା ୧୩,୧୫୨ । ୨୦୨୦ ମସିହାରେ ସରକାର ଆରମ୍ଭ କରିଥିଲେ ମୁକ୍ତା ଯୋଜନା । ବିଶେଷ କରି ଉଦଳା ଏନଏସିରେ ଜଳକଷ୍ଟ ପାଇଁ ୧୨ ଗୋଟି ୱାର୍ଡରେ ଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା ।

ସରକାର ଅନେକ ଯୋଜନା କରୁଛନ୍ତି ହେଲେ ବାସ୍ତବରେ ଏହା କେତେ ଫଳପ୍ରଦ ହେଉଛି ? ଅନେକ ଯୋଜନା ବାଟରେ ହିଁ ରହି ଯାଉଛି । ସମାନ ଭାବେ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସିର ବାଟ ହୁଡ଼ିଛି ମୁକ୍ତା ଯୋଜନା । ଉଦଳା ଏନଏସି ୧୨ ଗୋଟି ୱାର୍ଡକୁ ନେଇ ଗଠିତ। ୧୨ ଟି ୱାର୍ଡରେ ଲୋକ ସଂଖ୍ୟା ୧୩,୧୫୨ । ୨୦୨୦ ମସିହାରେ ସରକାର ଆରମ୍ଭ କରିଥିଲେ ମୁକ୍ତା ଯୋଜନା । ବିଶେଷ କରି ଉଦଳା ଏନଏସିରେ ଜଳକଷ୍ଟ ପାଇଁ ୧୨ ଗୋଟି ୱାର୍ଡରେ ଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ତେବେ ଏହି ମୁକ୍ତା ଯୋଜନା ଏବେ ଦିଗହରା ହୋଇଛି । ଯେଉଁ ୱାର୍ଡରେ କାମ କରାଯାଇଥିଲା ତାହା ସେହି ସ୍ଥାନରେ ଆଉ ଦେଖିବାକୁ ମିଳୁନାହିଁ । ଏପରି କି କିଛି ୱାର୍ଡରେ ନିମ୍ନମାନର କାମ ହୋଇଛି । ଯେଉଁ ସ୍ଥାନରେ କାମ ହେବା କଥା ସେହି ସ୍ଥାନରେ କାମ ନହୋଇ ଅଦରକାରୀ ସ୍ଥାନରେ କାମ ହେଉଥିବା ଅଭିଯୋଗ ହୋଇଛି ।

ସରକାର ମିଶନ ଶକ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଓ ବସ୍ତି ବାସିନ୍ଦାଙ୍କ ବିକାଶ ପାଇଁ ଏହି ଯୋଜନାରେ ବିଶେଷ କରି ଅଗ୍ରାଧିକାର ଦେଇଛନ୍ତି । ତେବେ ଏହି ଯୋଜନା ଆଜି ଫଳପ୍ରଦ ହେଉ ନଥିବା ସ୍ପଷ୍ଟ ବାରି ହେଉଛି । ମୁକ୍ତା ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନା ର ବାସ୍ତବ ରୂପ କିନ୍ତୁ ଅଲଗା। ମନଇଚ୍ଛା କାମ କରି ବିଲ ଉଠାଇ ନେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ରେ ଉଦଳା ଏନଏସି ର ଅଧ୍ୟକ୍ଷା ଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି।

୧୨ ଗୋଟି ୱାର୍ଡରେ ଏହି ମୁକ୍ତା ଯୋଜନାରେ ୱାର୍ଡ ସୌନ୍ଦର୍ଯ୍ୟ କରଣ, ଜଳ ସଂରକ୍ଷଣ, ରାସ୍ତା ବାବଦରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। କିନ୍ତୁ କିଛି ବର୍ଷ ମଧ୍ୟରେ ଉକ୍ତ ପ୍ରକଳ୍ପର କାମ ଆଉ ଦେଖିବାକୁ ମିଳିନାହିଁ । ସରକାରଙ୍କ ଯୋଜନା ବାଟ ବଣା ହୋଇଯାଇଥିବା ବେଳେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ କାର୍ଯ୍ୟ ହୋଇଥିବା ପ୍ରକଳ୍ପକୁ ତଦନ୍ତ ପାଇଁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.