ଚିନ୍ତାରେ ଗାଙ୍ଗୁଲି, ଘରୁ ଦେଢ ଲକ୍ଷ ଟଙ୍କାର ମୋବାଇଲ ଚୋରି

କୋଲକତା ସ୍ଥିତ ତାଙ୍କ ଘର ବେହାଲାରେ ରଙ୍ଗ ଦିଆ କାମ ଚାଲିଥିବା ବେଳେ ତାଙ୍କ ଦେଢ ଲକ୍ଷ ଟଙ୍କାର ଫୋନ ଚୋରି ହୋଇଛି । ବହୁ ଖୋଜାଖୋଜି ପରେ ତାଙ୍କ ମୋବାଇଲ ନ ମିଳିବା ପରେ ସେ ଠାକୁରପୁରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଘଟଣା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦେଢ ଲକ୍ଷରୁ ଅଧିକ ଦାମ୍‌ ମୋବାଇଲ ଚୋରି । ଏହି ଚୋରି ତାଙ୍କ କୋଲକତା ଘରୁ ହୋଇଥିବା ଜଣାପଡିଛି । ଏନେଇ ଖୋଦ୍ ଠାକୁରପୁରା ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ।

ଖବର ମୁତାବକ, କୋଲକତା ସ୍ଥିତ ତାଙ୍କ ଘର ବେହାଲାରେ ରଙ୍ଗ ଦିଆ କାମ ଚାଲିଥିବା ବେଳେ ତାଙ୍କ ଦେଢ ଲକ୍ଷ ଟଙ୍କାର ଫୋନ ଚୋରି ହୋଇଛି । ବହୁ ଖୋଜାଖୋଜି ପରେ ତାଙ୍କ ମୋବାଇଲ ନ ମିଳିବା ପରେ ସେ ଠାକୁରପୁରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଘଟଣା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଫୋନ ଚୋରି ହେବା ପରେ ଚିନ୍ତିତ ହୋଇପଡିଛନ୍ତି ଗାଙ୍ଗୁଲି । ଫୋନରେ ଥିବା ବ୍ୟକ୍ତିଗତ ସୂଚନାକୁ ନେଇ ଭୟଭୀତ ରହିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କ ଫୋନର ଦାମ୍‌ ଦାମ୍ ୧ ଲକ୍ଷ ୬୦ ହଜାର ବୋଲି କୁହାଯାଉଛି । ମୋବାଇଲରେ ଅନେକ ବ୍ୟକ୍ତିଗତ ତଥ୍ୟ ଯେପରିକି ଫୋନ ନମ୍ବର, ଆକାଉଣ୍ଟ ଡିଟେଲ ସବୁ ରହିଛି । କେହି ଲୋକ ଏହାର ଅପବ୍ୟବହାର ନ କରୁ । ତେବେ ୧୯ ଜାନୁଆରୀ ସକାଳ ୧୧.୩୦ରେ ଫୋନ ଦେଖିଥିଲେ ଗାଙ୍ଗୁଲି । ତା’ ପରଠାରୁ ଗାଙ୍ଗୁଲି ଫୋନ ଦେଖିବାକୁ ପାଇନଥିଲେ ।

କୁହାଯାଉଛି ଯେ, ସୌରଭ ଗାଙ୍ଗୁଲିଙ୍କ ଘରେ ପେଣ୍ଟିଂ କାମ ଚାଲିଛି । ଏଭଳି ସ୍ଥିତିରେ ଏଠାରେ କାମ କରୁଥିବା ଲୋକେ ଚୋରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେମାନଙ୍କୁ ପୋଲିସ ପଚରାଉଚରା କରିପାରେ । ଫୋନରେ ଅନେକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ରହିଥିବା ସହିତ ଅନେକ ପ୍ରମୁଖ ଲୋକଙ୍କ ନଂ ମଧ୍ୟ ରହିଛି । ତେଣୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ନିବେଦନ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ ଫ୍ରାଞ୍ଚାଇଜ୍ର କ୍ରିକେଟ୍ ଡାଇରେକ୍ଟର ଅଛନ୍ତି ସୌରଭ ଗାଙ୍ଗୁଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.