ପାଣି ପାଇଁ ରାସ୍ତାରୋକ : ଗରା, ମାଠିଆ ଧରି ରାସ୍ତା ଉପରେ ମହିଳା

 ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । ପଦ୍ମପୁର - ନୂଆପଡା ମୁଖ୍ୟ ରାସ୍ତା ଅବରୋଧ କରି ବସିଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପଦ୍ମପୁର ଉପଖଣ୍ଡ ୩ ନମ୍ବର ୱାର୍ଡରେ ଦୀର୍ଘ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି ।

ପଦ୍ମପୁର(କେନ୍ୟୁଜ) :  ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । ପଦ୍ମପୁର – ନୂଆପଡା ମୁଖ୍ୟ ରାସ୍ତା ଅବରୋଧ କରି ବସିଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପଦ୍ମପୁର ଉପଖଣ୍ଡ ୩ ନମ୍ବର ୱାର୍ଡରେ ଦୀର୍ଘ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ସମସ୍ୟାର ସମାଧାନ ପାଇଁ ୱାର୍ଡ ବାସିନ୍ଦା ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସମସ୍ୟାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ପାଣି ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.