କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ , ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ବାର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କଟକ(କେନ୍ୟୁଜ) :  କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ , ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ବାର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଆଜିର ସମାଜରେ ଆଇନଜୀବୀ ଓ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଇନଜୀବୀ ମାନେ ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଦରକାର ବୋଲି ଡ଼ଃ ସାମନ୍ତ କହିଥିଲେ । ଆଇନ ସେବାରେ କ୍ରିମିନାଲ କୋର୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.