Below header

ରାଜ୍ୟର ପ୍ରଗତି ଯାତ୍ରାରେ ଯୋଡ଼ିହେଲା ଆଉ ଏକ ସଫଳ ଅଧ୍ୟାୟ, ଭୁବନେଶ୍ୱରରେ ଖୋଲିଲା କଗନିଜାଣ୍ଟ ସେଣ୍ଟର

ଭୁବନେଶ୍ୱରରେ ଖୋଲିଲା କଗନିଜାଣ୍ଟ ସେଣ୍ଟର । ବିଶ୍ୱର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନୀ କଗନିଜାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦେଶୀୟ ଆମେରିକୀୟ ଆଇଟି କମ୍ପାନୀ କଗନିଜାଣ୍ଟରେ ବିଶ୍ୱବ୍ୟାପୀ ସାଢେ ୩ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ) : ରାଜ୍ୟର ପ୍ରଗତି ଯାତ୍ରାରେ ଯୋଡ଼ିହେଲା ଆଉ ଏକ ସଫଳ ଅଧ୍ୟାୟ । ଭୁବନେଶ୍ୱରରେ ଖୋଲିଲା କଗନିଜାଣ୍ଟ ସେଣ୍ଟର । ବିଶ୍ୱର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନୀ କଗନିଜାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦେଶୀୟ ଆମେରିକୀୟ ଆଇଟି କମ୍ପାନୀ କଗନିଜାଣ୍ଟରେ ବିଶ୍ୱବ୍ୟାପୀ ସାଢେ ୩ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଭୁବନେଶ୍ୱରରେ କଗନିଜାଣ୍ଟ ଖୋଲିବା ଦ୍ବାରା ନୂଆ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ଅପାର ସୁଯୋଗ ସୃଷ୍ଟି କରିଛି । କଗ୍ନିଜାଣ୍ଟ ଭଳି ବିଶ୍ବସ୍ତରୀୟ ସଂସ୍ଥାର ଉପସ୍ଥିତି ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀଙ୍କ ପାଇଁ କର୍ମନିଯୁକ୍ତିର ଅପାର ସମ୍ଭାବନାକୁ ଉଜାଗର କରିବ। ପ୍ରତ୍ୟେକ କ୍ଷେତ୍ରରେ ଦୃଢ ଆତ୍ମବିଶ୍ବାସରେ ଆଗେଇ ଚାଲିଛି ଆମ ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.