ଚର୍ଚ୍ଚାରେ ବେଗୁନିଆର ଦୁଇଭାଇଙ୍କ କୋବିଚାଷ, ଏବେ ବିଦେଶ ଆଉ ବାହାର ରାଜ୍ୟ ନୁହେଁ ଓଡିଶାରେ ମଧ୍ୟ ମିଳିଲାଣି ଲେଟ୍ୟୁସ୍ ଏବଂ ବ୍ରୋକଲି

ଚର୍ଚ୍ଚାରେ ବେଗୁନିଆ ବୋତଳମା ଗାଁର ଦୁଇଭାଇଙ୍କ କୋବିଚାଷ । ବଜାର ଚାହିଦା ମୁତାବକ ନୂତନ ପ୍ରଜାତିର କୋବିଚାଷ କରି ହୋଇଛନ୍ତି ଲାଭବାନ । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏବେ ବିଦେଶ ଆଉ ବାହାର ରାଜ୍ୟ ନୁହେଁ ଓଡିଶାରେ ମଧ୍ୟ ମିଳିଲାଣି ବିଭିନ୍ନ ପ୍ରଜାତିର କୋବି ।

ଚର୍ଚ୍ଚାରେ ବେଗୁନିଆ ବୋତଳମା ଗାଁର ଦୁଇଭାଇଙ୍କ କୋବିଚାଷ । ବଜାର ଚାହିଦା ମୁତାବକ ନୂତନ ପ୍ରଜାତିର କୋବିଚାଷ କରି ହୋଇଛନ୍ତି ଲାଭବାନ । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଖୋର୍ଦ୍ଧା ବେଗୁନିଆ ବଜାରରେ ଶୀତ ଦିନିଆ ଫସଲ କୋବିରେ ଲେଟ୍ୟୁସ୍ ଏବଂ ବ୍ରୋକଲିର ଚାହିଦା ଖୁବ ଅଧିକ । ଏବେ ବିଦେଶ ଆଉ ବାହାର ରାଜ୍ୟ ନୁହେଁ ଓଡିଶାରେ ମଧ୍ୟ ମିଳିଲାଣି ବିଭିନ୍ନ ପ୍ରଜାତିର କୋବି । ସାଧାରଣତଃ ପୁଲକୋବି ଏବଂ ପତ୍ରକୋବି ଓଡିଶାର ଅନେକ ଅଞ୍ଛଳରେ ସହଜରେ ଚାଷ ସହିତ ମିଳୁଥିବା ବେଳେ ଆହୁରୀ ଅନେକ ପ୍ରଜାତିର କୋବି ମିଳେ ନାହିଁ ।

ସେଥି ମଧ୍ୟରୁ ଲେଟ୍ୟୁସ ଏବଂ ବ୍ରୋକଲି କୋବି ପ୍ରାୟ ଓଡିଶାରେ ମିଳେ ନାହିଁ । କିନ୍ତୁ ଏବେ କିଛି କିଛି ଅଞ୍ଚଳରେ ଏହା ଚାଷ ହେଲାଣି । ବ୍ରୋକଲି କୋବି ଦେଖିବାକୁ ଫୁଲ କୋବି ପରି ହୋଇଥିବା ବେଳେ ଏହାର ରଙ୍ଗ କିନ୍ତୁ ସବୁଜ । ସେହିପରି ଲେଟ୍ୟୁସ କୋବି ଦେଖିବାକୁ ପତ୍ର କୋବି ପରି ଦେଖିଯାଉଥିବା ବେଳେ ଏହା ଦେଖିବାକୁ ଟିକେ ଲମ୍ବା ସହିତ ଆକର୍ଷଣୀୟ । ତେବେ ଏହି ସବୁ ପ୍ରଜାତିର କୋବି କରି ଦେଖାଇଛନ୍ତି ଖୋର୍ଦ୍ଧାର ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ବୋତଳମା ଗାଁର ଦୁଇଭାଇ ବାସୁଦେବ ମୁଦୁଲି ଏବଂ ବାବୁଲି ମୁଦୁଲି ।

ତେବେ ତାଙ୍କର ଏହି କୋବି ଚାଷ ନେଇ ଆଗ୍ରହ ଥିବାବେଳେ ଏଥିରେ ନିୟୋଜିତ ସମସ୍ତ ପରିବାର ସଦସ୍ୟ । ପାଣି ଦେବା ଠାରୁ ଆରମ୍ଭ କରି କୋଡାଖୁସା ଇତ୍ୟାଦିରେ ଦିନସାରା ଲାଗିଥାନ୍ତି ସମସ୍ତ ପରିବାର ଲୋକ । ଏବେ ଏହି କୋବି ବଡ ହେବା ପରେ ଭଲ ଦୁଇ ପଇସା ରୋଜଗାର କରି ଲାଭବାନ ହେବା ସହିତ ବେଶ୍ ଖୁସି ପ୍ରକାଶ କରିଛନ୍ତି ଏହି ଦୁଇ କୋବିଚାଷୀ ଭାଇ ।ପାଞ୍ଚବର୍ଷ ଧରି ଗାଁରେ ବାସୁଦେବ କୋବିଚାଷ କରି ଆସୁଥିବା ବେଳେ ବଜାର ଚାହିଦା ମୁତାବକ ଏହି ନୂତନ ପ୍ରଜାତିର କୋବିଚାଷ କରିବାକୁ ମନ ବଳାଇଥିଲେ । ଆଉ ଏବେ ଏଥିରେ ସଫଳ ହୋଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ତେବେ ଚଳିତବର୍ଷ କୋବିଚାଷ ପାଇଁ ପାଗ ବେଶ୍ ଅନୁକୂଳ ହୋଇଥିବାରୁ ଫୁଲକୋବି ଏବଂ ପତ୍ରକୋବି ବହୁଳ ମତ୍ରାରେ ଚାଷ ହୋଇଛି । ଆଉ ସେହି ମାତ୍ରାରେ କୋବି ଅମଳ ହେତୁ କୋବିର ମୂଲ୍ୟ ବହୁତ କମ୍ ରହିଥିବାକୁ ଚାଷୀମାନଙ୍କୁ ବିଶେଷ ଲାଭ ମିଳୁନାହିଁ । ଆଉ ସେପରି କ୍ଷେତ୍ରରେ ଏହି ନୂତନ ପ୍ରଜାତିର ଲେଟ୍ୟୁସ ଏବଂ ବ୍ରୋକଲି କୋବିର ମୂଲ୍ୟ ଚାଷିକୁ ବେଶ୍ ଲାଭ ଦେଇଛି । ଏହି କୋବିର ଔଷଧିୟ ଗୁଣରେ ମଧୁମେହ, ରକ୍ତଚାପ, ହୃଦଘାତ, ଗ୍ୟାସ୍ ଇତ୍ୟାଦି ନିରାକରଣରେ ସହାୟକ ହେଉଥିବା ହେତୁ ଲୋକଙ୍କ ଚାହିଦା ବଢିଛି । ଅନ୍ୟପଟରେ ଏହା ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.