ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ହଠାତ ଆବିର୍ଭାବ ହେଲା ଧଳା ନାଗ, ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ

ଯାଜପୁର(କେ ନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ବିରଳ ଧଳା ନାଗ ସର୍ପର ଦର୍ଶନ ଦେଖିବାକୁ ମିଳିଥିଲା । ଏହି ସମୟରେ ଉପସ୍ଥିତ ଭକ୍ତ ମାନେ ବି ନାଗରାଜଙ୍କର ଦର୍ଶନ କରି ସନ୍ତୋଷ ଲାଭ କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ହଟାତ ଏମିତି ଏକ ସାପର ଆବିର୍ଭାବ ସ୍ଥାନୀୟ ଅଧିବାସୀଙ୍କ ମନରେ ଭକ୍ତି ଭାବନା ଜାଗ୍ରତ କରିଥିଲା । ଏହି ଦୃଶ୍ୟକୁ ଟିକିଏ ଦେଖିବା ପାଇଁ

ଦୂର ଦୁରନ୍ତରୁ ଲୋକଙ୍କର ସୁଅ ଛୁଟିଥିଲା । ସାପ ଵିଶେସଜ୍ଞଙ୍କ କହିବା ଅନୁଯାୟୀ ଧଳା ସାପର ନିର୍ଦ୍ଦିଷ୍ଟ କୌଣସି ପ୍ରଜାତି ନଥାଏ । ବିରଳ ଜିନ ସଂଯୋଗରେ ଏମିତି ଏକ ପ୍ରଜାତିର ସୃଷ୍ଟି ହୋଇଥାଏ । ଏକ ପ୍ରସିଦ୍ଧ ଶୈବ ପୀଠରେ ହଟାତ ନାଗର ଆବିର୍ଭାବ ନିଶ୍ଚିତ ରୂପେ ଏକ ଦିବ୍ୟ ସଂଯୋଗ ବୋଲି ଜଣାଶୁଣା ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.