ଶିକ୍ଷକଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ଛାତ୍ର, ବାପାଙ୍କୁ ଛିଡା କରି କଲେ ସାଂଘାତିକ ଅଭିଯୋଗ

ସ୍କୁଲ ଟିଚରଙ୍କୁ କାନ୍ଦି କାନ୍ଦି ନିଜ କଷ୍ଟ ବଖାଣୁଛି ଛୋଟ ପିଲାଟି। ତାର ମୁହଁକୁ ଥରେ ଦେଖନ୍ତୁ, ତାର ଛଳ ଛଳ ଆଖି ଆଉ କାନ୍ଦ କାନ୍ଦ ମୁହଁକୁ ଦେଖିଲେ ଆପଣ ବି ଜାଣିପାରିବେ ପିଲାଟି କେତେ କଷ୍ଟ ତା ଭିତରେ ଚାପି ରଖିଛି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ଜଣେ ଛୋଟ ପିଲାଟି ନିଜ ସ୍କୁଲ ଶିକ୍ଷକଙ୍କ ସାମ୍ନାରେ ମନରେ ଥିବା କଷ୍ଟ କାନ୍ଦି କାନ୍ଦି ବଖାଣୁଛି । ଭିଡିଓରେ ପିଲାଟି ନିଜ ଶିକ୍ଷକଙ୍କୁ ଏହା କହୁଥିବାର ଦେଖାଯାଉଛି ଯେ ତାଙ୍କ ବାପା ତାଙ୍କୁ ବହି କିଣି ଦେଉନାହାଁନ୍ତି, କିନ୍ତୁ ପ୍ରତିଦିନ ମଦ ପିଉଛନ୍ତି । ଯେତେବେଳେ ପିଲାଟି ଏହା କହି କାନ୍ଦୁଛି, ସେତେବେଳେ ତାଙ୍କ ବାପା ମଧ୍ୟ ସେଠାରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ପିଲାଟି ମୁହଁରୁ ଅଭିଯୋଗ ଶୁଣିବା ପରେ ବାପା ହସୁଛନ୍ତି ।

ଭିଡିଓରେ ଆପଣ ଯେଉଁ ପିଲାଟିକୁ ଆପଣ ଦେଖୁଛନ୍ତି ସେ ବିହାରର ବୋଲି କୁହାଯାଉଛି। ବିହାରର ରୋହତାସ୍ ଜିଲ୍ଲାର ତିଲୋଥୁ ବ୍ଲକରେ ଥିବା ଏକ ସରକାରୀ ବିଦ୍ୟାଳୟରୁ ଏହି ଭାଇରାଲ ଭିଡ଼ିଓ ଆସିଥିବା କୁହାଯାଉଛି । ଭିଡିଓରେ ଆପଣ ଦେଖିପାରିବେ ଯେ ପିଲାଟି ଶ୍ରେଣୀଗୃହରେ ଶିକ୍ଷକଙ୍କ ସାମ୍ନାରେ କାନ୍ଦି କାନ୍ଦି ନିଜ କଷ୍ଟ ବଖାଣୁଛି । ଆପଣ ଦେଖିପାରୁଥିବେ ଯେ ଶିକ୍ଷକ ତାଙ୍କୁ ଏହି ଭିଡ଼ିଓରେ ପଚାରୁଛନ୍ତି ଯେ କାହିଁକି ବହି କିଣି ନାହଁ? ଏହା ପରେ ପିଲାଟି କାନ୍ଦି କାନ୍ଦି କହୁଛନ୍ତି ‘ମୋ ବାପା ବହି ଦେଉ ନାହାଁନ୍ତି, ପ୍ରତିଦିନ ମଦ ପିଉଛନ୍ତି’।

ପୁଣି ଶିକ୍ଷକ ପିଲାଟିକୁ ପଚାରୁଛନ୍ତି, ‘ପାଞ୍ଚ ଦିନ ହେଲା କହିବା ପରେ ମଧ୍ୟ ତୁମେ କାହିଁକି ବହି କିଣି ନାହଁ?’ ଏହାପରେ ପିଲାଟି କହୁଛି ଯେ ବାପା ସମସ୍ତ ଟଙ୍କା ମଦ ପିଇବାରେ ଖର୍ଚ୍ଚ କରିଦେଉଛନ୍ତି। ଏହି ସମୟରେ ଶିଶୁର ବାପା ମଧ୍ୟ ଶ୍ରେଣୀଗୃହରେ ଉପସ୍ଥିତ ଥିବା ଦେଖାଯାଏ । ଆଉ ବାପାଙ୍କ ସାମ୍ନାରେ ହିଁ ପିଲାଟି ସ୍ୱୀକାର କରୁଛି ଯେ ତାଙ୍କ ବାପା ବହି ବଦଳରେ ମଦ୍ୟପାନରେ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର ମତ ଦେଉଛନ୍ତି। ଭିଡିଓରେ ପିଲାଟିର ଭଉଣୀବି ନଜର ଆସୁଛି ଆଉ ସେ ବି ଟିଚରଙ୍କ ସାମ୍ନାରେ ତାର ବାପାଙ୍କ ନାଁରେ ସମାନ ଅଭିଯୋଗ କରୁଛନ୍ତି। ତେବେ ସ୍କୁଲ ଶିକ୍ଷକଙ୍କ ତାଗିଦ ପରେ ପିଲାଙ୍କର ବାପା ସେମାନଙ୍କୁ ବହି କିଣିଦେବାକୁ ରାଜି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.