କଟକରେ ଛାତ୍ରୀଙ୍କୁ ଜୀଅନ୍ତା ମାରିବା ଉଦ୍ୟମ ଘଟଣା: ୪ ମୁଖା ପିନ୍ଧା ଦୁର୍ବୃତ୍ତଙ୍କୁ ଖୋଜୁଛି ଲାଲବାଗ୍‌ ପୋଲିସ୍, ସନ୍ଦେହ ଘେରରେ ଦୂର ସଂପର୍କୀୟ

କଟକ: କିଏ ସେହି ମୁଖା ପିନ୍ଧା ଦୁର୍ବୃତ୍ତ। କଟକରେ ବୀଭତ୍ସକାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ଏଯାଏଁ ପତ୍ତା ପାଇନି କମିଶନରେଟ୍‌। କିଏ ଓ କାହିଁକି ତାଙ୍କ ସହ ଏଭଳି ବର୍ବର କାଣ୍ଡ କଲା ? ହତ୍ୟା ଉଦ୍ୟମ ପଛର କାରଣ କଣ ? ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଏ ଫେସବୁକରେ ଦେଉଥିଲା ଧମକ ? ୪ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ କଣ ସମ୍ପର୍କ ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି କମିଶନରେଟ ପୋଲିସ ।

ଏତଲା ପରେ ଲାଲବାଗ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସମ୍ପର୍କରେ ଅଧିକ ଖୋଳତାଡ ଜାରି ରଖିଛି। ଦୂର ସଂପର୍କୀୟଙ୍କ ସଂପୃକ୍ତି ନେଇ ପୋଲିସକୁ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗତକାଲି ଦିନ ୧୨ଟାରେ କଟକ ମାନସିଂହପାଟଣାରେ ଘଟିଥିଲା ବୀଭତ୍ସ ଓ ନରକୀୟ କାଣ୍ଡ। ଘରେ କେହି ନଥିବାବେଳେ କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳି ମାରି ଦେବାକୁ ଉଦ୍ୟମ କରିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ। ନିଶା ଇଞ୍ଜେକସନ୍‌ ଦେଇ ହାତ ଗୋଡ଼ ବାନ୍ଧି ଦେଲା ପରେ ଘରେ ନିଆଁ ଲଗାଇ ପଳେଇଯାଇଥିଲେ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.