Below header

ନିର୍ବାଚନ ତାରିଖ ଘୋଷଣା ପରଠାରୁ କେଉଁ ଦଳର ମୁଖିଆ କେତେଥର କରିଛନ୍ତି ଟ୍ଵିଟ୍‌ : ପଢନ୍ତୁ କଣ କହୁଛି ସର୍ଭେ

ନିର୍ବାଚନ ସମୟରେ ସୋସିଆଲ ମିଡିଆ ଭୂମିକା ବଢିବାରେ ଲାଗିଛି। ଲୋକଙ୍କ ପାଖରେ ପହଞ୍ଚିବାକୁ ସହଜ ମାଧ୍ୟମ ପାଲଟିଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ କେଉଁ ଦଳର ମୁଖିଆ କେତେଥର ଟ୍ଵିଟ୍‌ କରିଛନ୍ତି ସେଥିରେ ଅଧିକ ସକ୍ରିୟ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେର ସର୍ଭେରୁ ଜଣା ପଡିଛି, ସର୍ବାଧିକ ଟ୍ଵିଟ୍‌ କରିଥିଲେ ପ୍ରଧାନମନ୍ତ୍ରୀ। ଦ୍ୱିତୀୟରେ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାର୍ଚ୍ଚ ୧୦ ତାରିଖ ପରଠାରୁ ହୋଇଥିବା ଟ୍ଵିଟ୍‌ର ସର୍ଭେ ପ୍ରକାଶ କରିଛି ଇଣ୍ଡିଆ ଟୁଡେ। ସବୁଠାରୁ ଅଧିକ ୬୫୪ଟି ଟ୍ଵିଟ୍‌ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାର ପ୍ରଥମରେ ରହିଛନ୍ତି । ଦ୍ୱିତୀୟରେ ୪୨୫ଟି ଟ୍ଵିଟ୍‌ ସହ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତୃତୀୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ସେ ୪୧୩ଟି ଟ୍ଵିଟ୍‌ କରିଛନ୍ତି। ଚତୁର୍ଥ ସ୍ଥାନରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪୦୭ଟି ଟ୍ଵିଟ କରିଛନ୍ତି। ପଞ୍ଚମ ସ୍ଥାନରେ ଅଛନ୍ତି ମମତା ବାନାର୍ଜୀ। ସେ ୨୮୫ଟି ଟ୍ଵିଟ୍‌ କରିଛନ୍ତି। ପ୍ରଥମ ୧୦ଟି ସ୍ଥାନର ଶେଷରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ମାତ୍ର ୮୭ଟି ଟ୍ଵିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.