ଅପରେସନ ପରେ ରୋଗୀଙ୍କ ପେଟରୁ ଡାକ୍ତର ବାହାର କଲେ ନଖ, ବୁଲେଟ ଏବଂ ୧୧୫ଟି ଲୁହା କଣ୍ଟା

ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ରହୁଥିବା ୪୨ ବର୍ଷର ଜଣେ ବ୍ୟକ୍ତିଙ୍କ ପେଟ ଯନ୍ତ୍ରଣା ହେଉଥିଲା ତେବେ ତାଙ୍କୁ ହସପିଟାଲରେ ଭର୍ତ୍ତୀ କରାଗଲା। ଯାଞ୍ଜ କରିବା ପରେ ଡାକ୍ତରଙ୍କୁ ଜଣାପଡିଲା ଯେ ତାଙ୍କ ପେଟରେ କିଛି ଅଜବ ଜିନିଷ ମିଳିଲା।

ଅପରେସନ କରିବା ପରେ ଡାକ୍ତରମାନେ ତାଙ୍କ ପେଟରୁ ନଖ, ବନ୍ଧୁକର ଗୁଳି ଏବଂ ୧୧୫ଟି ଲୁହା କଣ୍ଟା ବାହାର କରିଛନ୍ତି । ଏହା ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ଚକିତ କରିଦେଇଛି । ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଭାଲାଶଙ୍କରଙ୍କ ନାମକ ଜଣେ ମାନସିକ ରୋଗୀଙ୍କ ପେଟରୁ ଏହି ସବୁକୁ ବାହାର କରିଛି ।

ଲମ୍ବା ନଖ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ରୋଗୀଙ୍କ ଅପରେସନ କରୁଥିବା ଡାକ୍ତର ଜଣାଇଛନ୍ତି ଏକ୍ସରେ ସାହାଯ୍ୟରେ ପୀଡିତଙ୍କ ପେଟରୁ ନଖ, ଗୁଳି ଏବଂ ମେଟାଲର ତାର ଥିବା ଜାଣିବାକୁ ପାଇଲେ। ଏଥିପାଇଁ ସିଟି ସ୍କାନ ମଧ୍ୟ କରାଗଲା। ଡାକ୍ତର କହିଲେ ଯେ ସେ ରୋଗୀଙ୍କ ପେଟରେ ଏତେ ବଡ ନଖ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଅବଶ୍ୟ ରୋଗୀ ଏହା କହିପାରୁନାହାନ୍ତି ଯେ ତାଙ୍କ ପେଟରୁ ଏହି ସବୁ ଜିନିଷ କେମିତି ଆସିଲା?

ସେହିପରି ଭାଲାଶଙ୍କରଙ୍କ ଅପରେସନ ପରେ ତାଙ୍କ ପେଟରୁ ୧୦ ଗ୍ରାମର ୧୧୫ଟି କଂଟା ବାହାରିଛି । ଜିଲ୍ଲା ହସ୍ପିଟାଲରେ ଅନୀଲ ସେନୀର ନେତୃତ୍ୱରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ଅପରେସନରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.