କିଏ ହେବେ ବିଧାନସଭାର ନୂଆ ଉପବାଚସ୍ପତି: ଆଜି ନାମାଙ୍କନ ଦାଖଲ, କାଲି ନିର୍ବାଚନ

କିଏ ହେବେ ବିଧାନସଭାର ନୂଆ ଉପବାଚସ୍ପତି । ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ । ଆଜି ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ।

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ବିଧାନସଭାର ନୂଆ ଉପବାଚସ୍ପତି । ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ । ଆଜି ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ଦିନ ୧୨ଟା ସୁଦ୍ଧା ଦାଖଲ ହେବ ନାମାଙ୍କନ ପତ୍ର । ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ। ଆସନ୍ତାକାଲି ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ତାପୂର୍ବରୁ ନୂଆ ଉପବାଚସ୍ପତି ନିର୍ବାଚିତ ହେବେ ।

ପଶ୍ଚିମ ଓଡିଶା କିମ୍ବା ଢେଙ୍କାନାଳ ଓ ଅନୁଗୁଳରୁ କୌଣସି ବରିଷ୍ଠ ନେତାଙ୍କୁ ମିଳିପାରେ ଏହି ପଦ । ଦୁଇରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି। ଦୌଡ଼ରେ ଆଗରେ ଅଛନ୍ତି ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.