Below header

ମୋ ସ୍ତ୍ରୀ ଏବେ ଆଉ କାହା ପ୍ରେମିକା, ନିଜେ ତ ଗଲା ଛୁଆଟାକୁ ବି ନେଇଗଲା

କଣ ଘଟୁଛି ଏ ସମାଜରେ । ଭୁବନେଶ୍ୱର ଅଶୋକନଗର ସ୍ଥିତ ଏକ ଲଜରୁ ପ୍ରେମିକ ଶହ ନିଜ ସ୍ତ୍ରୀକୁ ଧରିଲା ସ୍ୱାମୀ । ସ୍ତ୍ରୀ କହିଲା ତୁ ଏଠୁ ପଳାଇ ଯାଅ । ମୋ ପାଖରେ ତୋ ନାଁରେ ବି ଅଛି ବହୁତ ପ୍ରମାଣ ।

ଭୁବନେଶ୍ୱର(କେନ୍ୟୁଜ୍): ନିଜ ପୁଅଟିକୁ ବାପା ପଚାରୁଛି ଖାଇଛୁ ନା ନାହିଁ ? ଉତ୍ତରରେ ପୁଅ କାନ୍ଦି ପକାଉଛି । କେବଳ କଥା ଆଉ କାନ୍ଦର ଶବ୍ଦ ଭିତରୁ ବାରି ହେଉଥିଲା ନିଜ ପୁଅ ପ୍ରତି ବାପାର ସ୍ନେହ । ସେପଟେ ସ୍ତ୍ରୀର କର୍କଶ ସ୍ୱର ମଧ୍ୟ ଭାସି ଆସୁଥିଲା, ସ୍ୱାମୀ ଉପରେ ଚିଲେଇ ଚିଲେଇ କହୁଥିଲେ… ତୁ ଏଠୁ ପଳାଇ ଯାଅ । ମୋ ପାଖରେ ତୋ ନାଁରେ ବି ବହୁତ ପ୍ରମାଣ ଅଛି । ସେତେବେଳେ ସ୍ତ୍ରୀ ପାଖରେ ଠିଆ ହୋଇଥିଲେ ତାଙ୍କର ପ୍ରେମିକ । ପ୍ରେମିକ ପାଖରେ ଠିଆ ହୋଇ ସ୍ତ୍ରୀ ଏମିତି ଧମକାଉ ଥାଏ ସ୍ୱାମୀକୁ ।

ତେବେ ଏ ଘାଟଣାଟି ଏଇ କିଛି ଦିନ ତଳର । ହେଲେ ଆମେ ଆପଣମାନଙ୍କ ନିକଟରେ ଆଉ ଟିକେ ସ୍ପଷ୍ଟ କରୁଛୁ । ବଳରାମ ନାମକ ଜଣେ ଯୁବକ ଯାହାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ । ସେ ଆଜକୁ ଦୀର୍ଘ ଛଅ ସାତ ବର୍ଷ ତଳେ ଭଲ ପାଇ ଏହି ଯୁବତୀଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଛଅ ବର୍ଷର ପୁଅଟିଏ ମଧ୍ୟ ଅଛି । ବଳରାମ ଜଣେ ଡ୍ରାଇଭର ଭାବରେ ଟ୍ରାଭେଲ୍ସରେ ଗାଡି ଚଳାନ୍ତି । ଭୁବନେଶ୍ୱରରେ ରୁହନ୍ତି । ତେବେ ଗାଡ଼ି ନେଇ ବିଭିନ୍ନ ଆଡ଼େ ଯିବାକୁ ପଡୁଥିବାରୁ ଘରକୁ ଦୁଇ ତିନି ଦିନରେ ଥରେ ଯାଇ ପୁଅ ସ୍ତ୍ରୀ କଥା ବୁଝି ଆସନ୍ତି । ଯେହେତୁ ଭଲ ପାଇ ବିବାହ କରିଥିଲେ ତେଣୁ ସନ୍ଦେହ ନଥିଲା । ତେବେ ସ୍ୱାମୀଙ୍କ ଏଭଳି ଅନୁପସ୍ଥିତିର ଫାଇଦା ନେଇ ଘର ପାଖର ଜଣେ ଯୁବକ ବଳରାମ ଘରକୁ ଯିବା ଆସିବା କରନ୍ତି ।

ଯାହା ସୂଚନା ମିଳିଛି ଗତ ଅଗଷ୍ଟ ପନ୍ଦର ଦିନ ସ୍ୱାମୀ ବଳରାମ ଗାଡି ଚଳାଇବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ସ୍ତ୍ରୀ ସେହି ଯୁବକ ସାଙ୍ଗରେ ନିଜ ଛୋଟ ପୁଅକୁ ନେଇ ଫେରାର ହୋଇଗଲେ । ଏନେଇ ସ୍ୱାମୀ ବଳରାମ ଜଙ୍କିଆ ଥାନାରେ ଅଭିଯୋଗ ଦେଲେ । କିନ୍ତୁ ଜଙ୍କିଆ ଥାନା ପୋଲିସ୍ କିଛି ପଦକ୍ଷେପ ନନେବାରୁ ସ୍ୱାମୀ ବଳରାମ ନିଜ ସମ୍ପର୍କୀୟ ଲୋକଙ୍କୁ ଧରି ବିଭିନ୍ନ ସ୍ଥାନ ଖୋଜିବା ଆରମ୍ଭ କଲେ। ଶେଷରେ ବଳରାମ ଭୁବନେଶ୍ୱର ଅଶୋକ ନଗର ସ୍ଥିତ ଏକ ଲଜରୁ ପ୍ରେମିକ ଶହ ନିଜ ସ୍ତ୍ରୀକୁ କ୍ୟାପିଟାଲ ପୋଲିସ ସହାୟତାରେ ଉଦ୍ଧାର କଲେ ଯାହାର ଭିଜୁଆଲ୍ ଏବେ ଭାଇରାଲ୍।

ଏପଟେ ଲଜ୍ ରୁ ଉଭୟଙ୍କୁ ଉଦ୍ଧାର କରିବାପରେ କ୍ୟାପିଟାଲ ଥାନାକୁ ଅଣାଯାଇଥିଲା । ସମସ୍ତେ ଏକାଠି ହେଲା ପରେ ପୋଲିସ ବୁଝାସୁଝା କରିଥିଲା । ତେବେ ଏସବୁ ପରେ ପ୍ରଥମେ ନୂଆ ଝାମେଲା ଦେଖାଦେଇଥିଲା। ସ୍ତ୍ରୀକୁ ଆଉ ଫେରାଇ ନେବାକୁ ସ୍ୱାମୀ ନାରାଜ ଥିଲେ । ସ୍ୱାମୀ ଚାହୁଁଥିଲେ ପୁଅକୁ ନେବେ ପଛେ ସ୍ତ୍ରୀକୁ ଆଉ ନେବେ ନାହିଁ । ସେପଟେ ପ୍ରେମିକ ବି ମହିଳା ଜଣକୁ ସାଥୀରେ ନେବାକୁ ମନା କରୁଥିଲେ । ପରେ କୁଆଡେ ମହିଳା ଜଣଙ୍କ ସାଥୀରେ ଘରୁ ଆଣିଥିବା ସୁନା ଗହଣାକୁ ପୋଲିସ୍ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିଲା । କିଛି ସମୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା କି ଏବେ ମହିଳା ଜଣକ ହେବେ କାହାର ? ହେଲେ ଶୁଣିବାକୁ ମିଳୁଛି କି ମହିଳା ଜଣକ ଏବେ ପ୍ରେମିକ ପାଖରେ ଥିବାବେଳେ ପୁଅ ବି ତାଙ୍କ ପାଖରେ ଅଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.