ନୂଆଁଖାଇ ପାଇଁ ଲଗ୍ନ ହେଲା ଧାର୍ଯ୍ୟ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗିରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ୧୦ଟା ୨୮ରୁ ୧୦ ଟା ୪୫ ମଧ୍ୟରେ ଇଷ୍ଟଦେବୀଙ୍କୁ ନୂଆ ଲାଗି କରାଯିବ ।

ବଲାଙ୍ଗିର (କେନ୍ୟୁଜ): ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗିରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି । ପାଟଣା ଷ୍ଟେଟ ହାଉସ ହୋଲ୍ଡ ଅଫିସରୁ ଲଗ୍ନ ସମୟ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ୧୦ଟା ୨୮ରୁ ୧୦ ଟା ୪୫ ମଧ୍ୟରେ ଇଷ୍ଟଦେବୀଙ୍କୁ ନୂଆ ଲାଗି କରାଯିବ ।

ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟରେ ବଲାଙ୍ଗୀରବାସୀ ନୂଅାଁଖାଇବେ । ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.