ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ କାଳୀନ ଅଧିବେଶନ, ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍

କେନ୍ୟୁଜ୍(ବ୍ୟୁରୋ):ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ଅନିର୍ଦ୍ଦିଷ୍ଟ ପାଇଁ ଗୃହ ମୁଲତବୀ । ଆଜି ଗୃହରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଛି । ୮ ଦିନ ପାଇଁ ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିଲା ।
ଆଜି ଗୃହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏହାପରେ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।