ସଲମାନ୍‌ ଖାନଙ୍କ ଉପରେ ପୁଣି ବର୍ଷିଲେ ଏକ୍ସ ଗାର୍ଲଫ୍ରେଣ୍ଡ୍‌ ସୋମୀ ଅଲ୍ଲୀ, ତାଙ୍କୁ ସଲମାନଙ୍କ ଧମକ ଦେବା ପୋଷ୍ଟ କଲେ ସେୟାର୍‌

ଫିଲ୍ମରେ ଯେତିକି ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତା ସଲମାନ ଖାନ୍‌ ତା’ ଠୁ ଅଧିକ ବିବାଦରେ ରୁହନ୍ତି ତାଙ୍କର କାର୍ଯ୍ୟକଳାପ ପାଇଁ । କେତେବେଳେ କାହାକୁ ଧମକାଇ ପୋଷ୍ଟ କଲେଣୀ ତ କେତେବେଳେ ଦେଶ ବିରୋଧୀ ଟିପ୍ପଣୀ ଦେଇ । ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି ତାଙ୍କର ଏକ୍ସ ଗାର୍ଲ ଫ୍ରେଣ୍ଡ ସୋମୀ ଅଲ୍ଲୀଙ୍କୁ ଧମକ ମେସେଜ ଦେଇ ।

ତାଙ୍କର ପୂର୍ବ ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ସୋମୀ ଅଲ୍ଲୀ ସଲମାନଙ୍କ ଫଟୋ ସହ ସେୟାର କରି ଲେଖିଛନ୍ତି ଯେ ସଲମାନ ତାଙ୍କ ଉପରେ ଶାରିରୀକ ହିଂସା କରିଥିଲେ । ହେଲେ କିଛି ସମୟ ପରେ ସୋମୀ ତାଙ୍କର ମେସେଜ ଡିଲିଟ କରିଦେଇଥିଲେ ।

ସିଗାରେଟ ଦ୍ୱାରା ଜଳାଇବା ଅଭିଯୋଗ ଆଣିଥିଲେ

ଫଟୋ ସହ ସୋମୀ କ୍ୟାପସନରେ ଲେଖିଥିଲେ ‘‘ ‘ଔର ବି ବହୁତ କୁଛ‘ । ଭାରତମେ ମେରା ଶୋ ବ୍ୟାନ୍‌ କରଦିଆ, ଫିର ମୁଝେ ମକଦ୍ଦମେ କି ଧମକୀ ଦି, ତୁମ୍‌ ବକବାସ,କାୟର । ଭାଡ୍‌ ମେ ଜାଏ ତୁହ୍ମାରା ଓକିଲ । ମୁଝେ ସିଗାରେଟ କେ ଜଲନେ ସେ ମେରେ ଏହାଁ ୫୦ ଓକିଲ ହେ ଔର ଜୋ ଶୋଷଣ ତୁମ୍‌ନେ ମେରା କିୟା ଔର ସାଲୋ ତକ ଚଲା । ଭାଡ ମେ ଯାଓ ।’’
ଆହୁରି ମଧ୍ୟ ଲେଖିଥିଲେ , ‘‘ ଆପ୍‌ ପୁରୁଷ ଅନ୍ଧରାଷ୍ଟ୍ରବାଦୀ ଔର ଧିକ୍କାର ହେ ଉନ୍‌ ସଭି ଆକ୍ଟ୍ରେସ ପର ଯୋ ଇସ ଲଡକେ କା ସମର୍ଥନ କରତି ହେ ଜିସନେ କଇ ମହିଳାଓ କୋ ପିଟା ହେ । ଧିକ୍କାର ହେ ଉନ୍‌ ମେଲ୍‌ ଆକ୍ଟ୍ରେସ ପର ଯୋ ଇନକା ସମର୍ଥନ କରତି ହେ । ’’ ଏପରି ବହୁତ କିଛି ସୋମୀ ଲେଖିବାର କିଛି ସମୟ ପରେ ଏହାକୁ ଡିଲିଟ କରିଦେଇଥିଲେ । ହେଲେ ସେତେବେଳକୁ ଏହା ଭାଇରାଲ ହୋଇ ସାରିଥିଲା ।

ପ୍ରକାଶଯୋଗ୍ୟ, ସମୟ ଥିଲା ସୋମୀ, ସଲମାନଙ୍କ ବଡ ଫ୍ୟାନ ଥିଲେ । ଉଭୟେ ଉଭୟଙ୍କୁ ଡେଟିଂ କରୁଥିଲେ । ଉଭୟ ଗୋଟିଏ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲେ । କୁହାଯାଏ ଉଭୟଙ୍କ ସମ୍ପର୍କ ବହୁ ଦିନ ଯାଏ ରହିଥିଲା । କେବଳ ସଲମାନ ନୁହନ୍ତି ସଲମାନଙ୍କ ବାପା ମା’ଙ୍କ ସହ ମଧ୍ୟ ସୋମୀ ବହୁତ ନିକଟତର ଥିଲେ । ଏକ ଇଣ୍ଟରଭ୍ୟୁରେ ସୋମୀ କହିଥିଲେ ଯେ ସଲମାନ୍‌ ତାଙ୍କୁ ଠକିଲେ ଯେଉଁଥିପାଇଁ ତାଙ୍କର ବ୍ରେକଅପ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.