ପୁଷ୍ପା ଗୀତର ତାଳେ ତାଳେ ନାଚିଲେ ଋଷୀୟ ମହିଳା, ମସ୍କୋ ରାସ୍ତାରେ ଗୁଞ୍ଜରିତ ହେଲା ‘ସାମୀ ସାମୀ ’ ଗୀତ

କେନ୍ୟୁଜ୍‌ ବ୍ୟୁରୋ: ‘ପୁଷ୍ପା-ଦ ରାଇଜ୍‌’ର ଗୀତର ତାଳେ ତାଳେ ନାଚିଲେ ଋଷୀୟ ମହିଳା । ମସ୍କୋ ରାସ୍ତାରେ ନାଚି ନାଚି ଧୂଳି ଉଡ଼ାଇଲେ ଏବଂ ‘ସାମୀ ସାମୀ’ଗୀତର ପ୍ରତି ଟି ବିଟ୍‌ରେ ତାଳ ଦେଇ ନାଚିବା ସହିତ ମୁହଁରେ ଗୀତର ଉଚାରଣ ବି କରୁଥିଲେ । ସୂଚନା ଅନୁସାରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଜାର ହଜାର ଲୋକ ଏହାକୁ ନିଜର ସାଙ୍ଗ ସାଥୀଙ୍କୁ ସେୟାର କରୁଛନ୍ତି ଏବଂ ବହୁତ ସଂଖ୍ୟାରେ ଲୋକ ଏହାକୁ ଲାଇକ୍‌ ବି କରୁଛନ୍ତି ।

‘ପୁଷ୍ପା-ଦ ରାଇଜ’ ହେଉଛି ସୁକୁମାରଙ୍କ ନିର୍ଦ୍ଦେଶିତ ଦକ୍ଷିଣ ଭାରତୀୟ ଫିଲ୍ମ । ଏହି ଫିଲ୍ମ ଗତ ବର୍ଷ ଡିସେମ୍ବର ୨୦୨୧ରେ ହିନ୍ଦୀ, ତେଷୁଗୁ ଏବଂ ତାମିଲ ସହିତ ଅନେକ ଆଞ୍ଚଳିକ ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସୁପରଷ୍ଟାର ଅଲ୍ଲ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା । ଏହା ରିଲିଜ ହେବା କ୍ଷଣି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି । ଏହି ଫିଲ୍ମର କାହାଣୀ ଏବଂ ଏଥିରେ ଥିବା ଗୀତ ସିନେ ପେମୀଙ୍କୁ ବହୁତ ପସନ୍ଦ ଆସିଛି । ସୋସିଆଲ ମିଡିଆର ସବୁ ପ୍ଲାଟ୍‌ ଫର୍ମରେ ଏହାର ଡାଇଲଗ୍‌ ଏବଂ ଗୀତ ଲୋକମାନେ ବହୁତ ପସନ୍ଦ କରୁଥିଲେ । ସବୁ ୟୁଜର ‘ପୁଷ୍ପା’ର ଡାଇଲଗ୍‌ରେ ଡୁଏଟ୍‌ କରି ନିଜର ସୋସିଆଲ ପ୍ରୋଫାଇଲ ପେଜ୍‌ରେ ପୋଷ୍ଟ କରୁଥିଲେ । ଏମିତି କି ଏହାର ଡାଇଲଗ୍‌ ସୋସିଆଲ ମିଡିଆରେ ଅନେକ ମାସ ପର୍ଯ୍ୟନ୍ତ ପୁରା ଟ୍ରେଣ୍ଡ ହୋଇ ଚାଲିଥିଲା । ଭାରତର ପିଲାଠୁ ବୁଢ଼ା ସମସ୍ତେ ସୁପରଷ୍ଟାର ଅଲ୍ଲ ଅର୍ଜୁନଙ୍କ ଷ୍ଟାଇଲରେ ଡାଇଲଗ୍‌ କହୁଥିଲେ । ଭାରତରେ ପୁରା ପୁଷ୍ପା ମାନିଆ ଲାଗି ଯାଇଥିଲା ।

ଋଷିଆରେ ପୁଷ୍ପା ମାନିଆ:

 

View this post on Instagram

 

A post shared by Natalia Odegova (@nataliaodegova)

ଭାରତରେ ପୁଷ୍ପା ଇତିହାସ ରଚିଲା ପରେ ଏବେ ଋଷରେ ତାର ଜଲ୍‌ଓ୍ଵା ଦେଖାଇବା ପାଇଁ ଯାଉଛି । ଋଷରେ ଡିସେମ୍ବର ୮ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଥିବା ବେଳେ ଅଲ୍ଲ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଫିଲ୍ମକୁ ରିଲିଜ କରିବା ପାଇଁ ସେଠାରେ ରହିଛନ୍ତି । ‘ପୁଷ୍ପା’ଡିସେମ୍ବରରେ ୮ରେ ରିଲିଜ ହେବାକୁ ଥିବା ବେଳେ ଋଷିଆର ମସ୍କୋ ରାସ୍ତାରେ ପୁଷ୍ପା ଗୀତର ତାଳେ ତାଳେ ନାଚିଥିଲେ ଋଷୀୟ ମହିଳା । ଏହି ଭିଡିଓ ଟିକୁ ନାଟାଲିଆ ଓଡେଗୋବା ନାମକ ଜଣେ ଋଷୀୟ ମହିଳା ତାଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ।
‘ପୁଷ୍ପା ଝୁକେଗା ନେହିଁ ’:
ପୁଷ୍ପା ଫିଲ୍ମର ଏହି ପପୁଲାର ଡାଇଲଗ୍‌ ‘ପୁଷ୍ପା ଝୁକେଗା ନେହିଁ ’ ସମସ୍ତଙ୍କୁ ଖାସ୍‌ କରି ଯୁବର୍ଗଙ୍କୁ ପସନ୍ଦ ଆସିଥିଲା । ଏହି ଡାଇଲଗ୍‌ ଏତେ ପରିମାଣରେ ପସନ୍ଦ ଆସିଥିଲା ଯେ ପିଲାଠୁ ବୁଢ଼ା ସମସ୍ତେ ଏହାକୁ ଦୈନନ୍ଦିନ ଜୀବନରେ ଏହାକୁ ବ୍ୟବହାର କରୁଥିଲେ । ଫିଲ୍ମରେ ନାୟକ ଅଲ୍ଳୁ ଅର୍ଜୁନ ରଖିଥିବା ହେୟାର ଷ୍ଟାଇଲ ଏବଂ ତାଙ୍କର ଚାଲିବାର ଷ୍ଟାଇଲକୁ ସମସ୍ତେ ଅନୁକରଣ କରୁଥିଲେ । କଥା କଥାରେ ସମସ୍ତେ କହୁଥିଲେ, ‘ପୁଷ୍ପା…ପୁଷ୍ପାରାଜ….ଝୁକେଗା ନେହିଁ’…..।

ଏହି ଫିଲ୍ମର କାହାଣୀ ଲେଖିଛନ୍ତି ନିଜେ ଏହି ଫିଲ୍ମର ନିର୍ଦ୍ଦେଶକ ସୁକୁମାର । ଫିଲ୍ମରେ ଅଲ୍ଲ ଅର୍ଜୁନ ଏବଂ ରଶ୍ମିକାଙ୍କ ବ୍ୟତୀତ ଅଭିନୟ କରିଛନ୍ତି, ଫାହଦ ଫସିଲ, ଜଗଦୀଶ ପ୍ରତାପ ଭଣ୍ଡାରି, ରାଓ ରମେଶ, ଧନଞ୍ଜୟ, ଅନସୂୟା ଭରଦ୍ୱାଜ ଏବଂ ଅନ୍ୟମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.