ଜଗଦଲପୁର ମାଲଗାଓଁରେ ଭୁଶୁଡ଼ିଲା ଖଣି, ମାଟି ତଳେ ଚାପି ହୋଇ ୭ ମୃତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଗଦଲପୁର ମାଲଗାଓଁରେ ଅଘଟଣ। ଚୂନ ମାଟି ଖାଦାନରୁ ମାଟି ସଂଗ୍ରହ ବେଳେ ମାଟି ଧସି ୭ ଜଣଙ୍କ ଜୀବନ ହାନି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଏବଂ ୬ ମହିଳା। ଏବେ ବି ଆଜି ମଧ୍ୟାହ୍ନରେ ଜଗଦଲପୁର ମାଲଗାଁଓର ଏକ ଖଣିରେ କାର୍ଯ୍ୟ ଚାଲିଥିବା ବେଳେ ହଠାତ ଏହା ଭୁଶୁଡ଼ି ପଡ଼ିଥିଲା।

ଏବେ ବି ଅନେକ ମାଟିତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଏସଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜଗଦଲପୁର CSP ବିକାଶ କୁମାର । ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.